ବାରିପଦା ତା 10-03-2023.ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ବାରିପଦା ଛଉ ପଡିଆ ଠାରେ ଗତ 5 ତାରିଖ ରୁ 9 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ପ୍ରଦର୍ଶନୀ ଗତକାଲି ଉଦଯାପିତ ହୋଇଯାଇଛି. ଏହି ଅବସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଗୌର ମୋହନ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶାର କୃଷି ଯନ୍ତ୍ରପାତି ଶିଳ୍ପ ନିଗମ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଯୋଗ ଦେଇଥିବା ବେଳେ ବାରିପଦା ପୌରପାଳିକା ର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ. ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ତାଙ୍କ ଅଭିଭାଷଣ ରେ ମହିଳା ମାନଙ୍କ ସାମଗ୍ରୀକ ସଶକ୍ତି କରଣ ସହିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଜରିଆରେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସ୍ୱୟଂ ସହାୟକ ଗୋଷ୍ଠୀ ରୁ ସ୍ମାର୍ଟ ମାଇକ୍ରୋ ଏଣ୍ଟେରପ୍ରାଇଜ (SME) କୁ ରୂପାନ୍ତରିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ.ସେହିପରି ସମ୍ମାନିତ ଅତିଥି କୃଷ୍ଣାନନ୍ଦ ମହାନ୍ତି ପ୍ରଦର୍ଶନୀ ରେ ଅଂଶ କରିଥିବା ସମସ୍ତ ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ ଯୋଜନା ରେ ସାମିଲ ହୋଇ ଏହାର ସୁବିଧା ସୁଯୋଗ ନେବା ପାଇଁ ଆହ୍ୱାନ ଜଣାଇଥିଲେ.ପରିଶେଷରେ ଆଇ.ପି.ଓ., ଡି.ଏସ. ଦାସ ଧନ୍ୟବାଦ ଅର୍ପଣ କରିଥିଲେ.ଅନୁଷ୍ଠିତ ଉକ୍ତ ପ୍ରଦର୍ଶନୀ ରେ ବିଭିନ୍ନ ଉଦ୍ୟୋଗୀ ମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ର ପାଖାପାଖି 40 ଲକ୍ଷ ଟଙ୍କା ର କାରବାର କରିଥିବାବେଳେ ଅନ୍ୟ କେତେକ ଉଦ୍ୟୋଗୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପରବର୍ତ୍ତୀ ସମୟ ରେ ଯୋଗାଇ ଦେବା ପାଇଁ କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଉତ୍ତମ ପରିମାଣ ର ଅଗ୍ରିମ ଅର୍ଡ଼ର ମଧ୍ୟ ପାଇଛନ୍ତି.

Leave a Reply

Your email address will not be published. Required fields are marked *