ବାରିପଦା – ୧୫/୧୧/୨୩ ରିଖ ସ୍ଥାନୀୟ କଲେଜ ପଡିଆରେ ପରେଡ ପଡିଆ ୟୁଥ କ୍ଲବ ଆନୁକୂଲ୍ୟରେ ୧୧ତମ ପରେଡ ପଡିଆ ପ୍ରିମିୟାର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି I ପ୍ରଥମ ଦିନର ଖେଳରେ ମେଗାଷ୍ଟାର ପାୱାର ରେଡ ଭାଇପାରକୁ ୫ ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ରେଡ ଭାଇପାର ୧୫ ଓଭରରେ ୬ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅଭିଜିତ ବସା ୪୭ ଓ ପର୍ଶୁରାମ ନାଏକ ୩୯ ରନ କରିଥିବାବେଳେ ବିପକ୍ଷ ଦଳର ମେଗା ଷ୍ଟାର କାମରାଜ ଓ ପ୍ରିତମ କୁମାର ବେହେରା ୨ଟି ଲେଖାଏଁ ଉଇକେଟ ଅକ୍ତିୟାର କରିଥିଲେ I ଉତ୍ତରରେ ମେଗା ଷ୍ଟାର ପାୱାର ୧୪.୧ ଓଭରରେ ୫ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଯୋଶ ସେନାପତି ୩୭ ଓ ପରମେଶ୍ୱର ବେହେରା ୩୬ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ମନୋଜ ନାଏକ ୨ ଟି ଉଇକେଟ ଅକ୍ତିୟାର କରିଥିଲେ I ପରମେଶ୍ୱର ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଉତ୍ତମ ମହାକୁଡ଼ ଓ ମନମୋହନ ମୁର୍ମୁ ଖେଳ ପରିଚାଳନା କରିଥିବା ବେଳେ ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ରାକେଶ କୁମାର ବେହେରା ଓ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଓ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ବୋଲି ମୁଖ୍ୟ ଆୟୋଜକ ଜଲିଲ ଖାନ ଜଣାଇଛନ୍ତି I ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଶେଖ ଅବଦୁଲ ଜାହିଦ, ଶେଖ ଅବଦୁଲ ସାହାଜିଦ ଓ ମାରି କାମରାଜ ସହାୟତା ପ୍ରଦାନ କରୁଛନ୍ତି I