ଠାକୁରମୁଣ୍ଡାତା -15-11-2023-ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପଡିଆବେଡା ଗ୍ରାମପଞ୍ଚାୟତ ସାନ ଅନ୍ଧାରିଖମଣ ଜଙ୍ଗଲ ମାଟିତଳୁ ଉଦ୍ଧାର ହୋଇଛି ଅଚିହ୍ନା ଶବ। ବୁଧବାର ସକାଳ ପ୍ରାୟ ୮ ଟା ସମୟରେ ଚତିରିସାହି ର କିଛି ଲୋକ ସାନଅନ୍ଧାରିଖମଣ ଜଙ୍ଗଲ ଭିତରକୁ ଯାଇଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଦୁର୍ଗନ୍ଧ ବାହାରୁଥିବା ବାରି ପାରିଥିଲେ। ସେହି ସ୍ଥାନ କୁ ଯାଇ ମାଟି ତଳୁ ଦୁର୍ଗନ୍ଧ ଆସିବା ସହ ଶବ ର କିଛି ଅଂଶ ବାହାରକୁ ଦେଖାଯାଉଥିବା ଦେଖିବାକୁ ପାଇଥିଲେ। ସାଙ୍ଗେ ସାଙ୍ଗେ ସେମାନେ ପଡିଆବେଡା ଗ୍ରାମପଞ୍ଚାୟତ ସରପଞ୍ଚ ଧର୍ମାନନ୍ଦ ନାଏକ କୁ ଖବର ଦେଇଥିଲେ।ସରପଞ୍ଚ ଠାକୁରମୁଣ୍ଡା ଥାନା ପୁଲିସ କୁ ଖବର ଦେଇଥିଲେ। ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ନିଜ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଉପସ୍ଥିତି ରେ ସେହି ନିର୍ଦିଷ୍ଟ ସ୍ଥାନରେ ଖୋଳି ହାତଗୋଡ ବନ୍ଧା ପୋଚି ଷଢି ଯାଇଥିବା ଏକ ଶବକୁ ଉଦ୍ଧାର କରାଯାଇଥିଲା।ପରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଘଟଣାସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ କରିବା ସହ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରି ଫେରି ଯାଇଛନ୍ତି।ବର୍ତମାନ ସୁଦ୍ଧା ଶବ ଚିହ୍ନଟ ହୋଇପାରିନଥିବା ବେଳେ ୨୮/୨୦୨୩ ରେ ଏକ ମାମଲା ରୁଜୁ କରି ଅପରାହ୍ନ ରେ ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣା ର ଅନୁସନ୍ଧାନ ଜାରି ରଖିଛି ଠାକୁରମୁଣ୍ଡା ଥାନା ପୁଲିସ।

Leave a Reply

Your email address will not be published. Required fields are marked *