କରଞ୍ଜିଆ -ତା-17-11-2023- ସ୍କୁଟି ଚୋରି କରି ଫସି ଗଲେ ଯୁବକ। ନରଷଣ୍ଢl ଗ୍ରାମର ଜନୈକ ବ୍ୟକ୍ତି ଶୌଚ ପାଇଁ ଗାଁ ନିକଟ ନାଳକୁ ଯାଇଥିଲେ ତାହାର ସୁଯୋଗ ନେଇ ସ୍କୁଟି ନେଇ ପଳେଇ ଯାଉଥିବା ବେଳେ ନର ଷଣ୍ଢl ଗ୍ରାମର ଲୋକ କାବୁ କରି ପୋଲିସ୍ ରେ ଜିମା ଦେଇଥିଲେ। କିନ୍ତୁ କୌଶଳ କ୍ରମେ ଥାନାରୁ ଚମ୍ପଟ ମରିଥିଲା ଚୋର। ଗ୍ରାମବାସୀ ଚୋର ଚମ୍ପଟ ମାରିଥିବା ଜାଣି ପାରି ଥାନାକୁ ଆସି ଉତ୍ୟକ୍ତ ଲୋକ ହୋ ହାଲା କରି ପୋଲିସ୍ ଗାଡ଼ି ଭଙ୍ଗାରୁଜା ରୁଜା କରିଥିବା ଦେଖିବାକୁ ମିଳିଛି। ଏବଂ ଥାନା ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମନିସ ଗୋପ୍ କୁ ପୁଣି ଝାରଖଣ୍ଡରୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍। ମନିସର ଘର ମଧ୍ୟ ଝାଡଖଣ୍ଡର ଖଇରପାଳରେ ବୋଲି ଜଣା ପଡିଛି।