ବାରିପଦା – ତା :- 01/03/2023 ରିଖ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଓଡିଶା କ୍ରିକେଟ ଏସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ସିନିଅର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ସି ଏ ଭିଜନ – 2024 ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 10 ଟି ଦଳ ଅଂଶ କରିବେ ବୋଲି ମୟୁରଭଞ୍ଜ ଏଥେଲେଟିକ ଏସୋସିଏସନର କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I ଗତବର୍ଷର ଶ୍ରେଷ୍ଠ 6 ଟି ଦଳ ଯଥା ଡି ଆର କେ – ଏ, ଡି ଆର କେ -ବି, କରଞ୍ଜିଆ, ରାଇରଙ୍ଗପୁର, ଏମ ସି ଏ ଓ ଜେ କେ ସି ସି ସିଧାସଳଖ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ମାତ୍ର ଦଳର ସମସ୍ତ ଖେଳାଳି ମଧ୍ୟ ନିଜ ନିଜର ନାମ ପଞ୍ଜିକରଣ କରିବାକୁ ପଡିବ I ବାକି 4 ଟି ଦଳ ଗଠନ ପାଇଁ ଖେଳାଳି ମାନଙ୍କୁ ବ୍ୟକ୍ତିଗତ ଭାବେ ପଞ୍ଜିକରଣ କରିବା ପାଇଁ ଚଳିତ ମାସ 4 ଓ 5 ତାରିଖ ଧାର୍ଯ୍ୟ କରାଯାଇଛି I ଏହି ଦୁଇ ଦିନରେ ବାରିପଦା ଷ୍ଟାଡିୟମ ଅଫିସରେ ପୂର୍ବାହ୍ନ 10 ଟାରୁ ଅପରାହ୍ନ 2 ଟା ଏବଂ 4 ଟାରୁ 6 ଟା ମଧ୍ୟରେ ନିଜର ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ଓ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ପ୍ରମାଣପତ୍ର / ଭୋଟର କାର୍ଡ / ପାନ କାର୍ଡ ଦାଖଲ କରି ନିଜର ନାମ ପଞ୍ଜିକରଣ କରିବାକୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *