ବାରିପଦା -ତା -17-09-2025-ମହାରାଜା ପୂର୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା କକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ସହାୟତାରେ “ସାପ କାମୁଡା ଜନିତ ମୃତ୍ୟୁ ନିରାକରଣ ଓ ବିଜୁଳୀ ଘଡ଼ଘଡ଼ି ସଚେତନତା କାର୍ଯ୍ୟକ୍ରମ” ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର କୁମାର ମାଝୀଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚମ ବାଟାଲିୟନ କମାଣ୍ଡାଣ୍ଟ ପ୍ରଶାନ୍ତ କୁମାର ନାୟକ ଓ ମୟୁରଭଞ୍ଜ ଜିଲ୍ଲାପାଳ ଅଫିସ ର ଜରୁରୀ କାଳୀନ ବିଭାଗରୁ ଡିପିଓ ଜଗବନ୍ଧୁ ମହାନ୍ତି ତଥା ଓଡ୍ରାଫ ଟିମ ପଞ୍ଚମ ଦୂର୍ଗ ଓଏସ୍ଏପି ଓଡ୍ରାଫ ର ମାଷ୍ଟର ଟ୍ରେନର ଅରୁଣ କୁମାର ମହାନ୍ତ ସହିତ ପଦ୍ମଲୋଚନ ବେହେରା ଯୋଗଦେଇଥିଲେ। ଶ୍ରୀ ନାୟକ ସାପ କାମୁଡା ପୂର୍ବରୁ ସଚେତନତା ଓ ସାପ କାମୁଡା ପରେ ତତ୍କ୍ଷଣାତ୍ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ଓ ସମୟ ମୂଳକ ପ୍ରାଥମିକ ସହାୟତା, କମ୍ ସମୟ ଭିତରେ ଚିକିତ୍ସା ପାଇଁ ଏ ଏସ ଭି ଥିବା ଡାକ୍ତରଖାନା କୁ ସ୍ଥାନାନ୍ତରଣ କରି ତ୍ୱରିତ ଚିକିତ୍ସା ଆରମ୍ଭ କରାଇଲେ ମୃତ୍ୟୁ ଆଶଙ୍କାକୁ କିପରି ଦୂର କରାଯାଇ ପାରିବ, ତାହା ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ। ସାପ କାମୁଡିଲେ କ’ଣ କରିବାକୁ ହେବ ଓ କ’ଣ ନ କରିବା ତାହା ଆଲୋଚନା କରିଥିଲେ। ଶ୍ରୀ ମହାନ୍ତି ବିଜୁଳୀ ଘଡ଼ଘଡ଼ି, ସାପ କାମୁଡା ସଚେତନତା କାର୍ଯ୍ୟକ୍ରମ ଉପରେ ବିଶେଷ ଭାବେ ଆଲୋଚନା କରିବା ସହିତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୟୁରଭଞ୍ଜ ଦ୍ଵାରା ସମଗ୍ର ଜିଲ୍ଲାରେ କରାଯାଉଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥଲେ।
ଉକ୍ତ କାର୍ଯୟକ୍ରମରେ ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ସାଉନା କିସ୍କୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ଅଧ୍ୟାପିକା ଓ ଯୁବ ରେଡକ୍ରସ କାଉନସେଲର ପ୍ରିୟଦର୍ଶିନୀ ନାୟକ ଅତିଥି ତଥା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ । ଅଧ୍ୟାପକ ଡକ୍ଟର ସୁଦର୍ଶନ ସିଂହ ଓ ମଥୁରା ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏହି ସଭାରେ ବହୁସଂଖ୍ୟକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ଟି କୁ ସାଫାଲ୍ୟ ମଣ୍ଡିତ କରିଥିଲେ।