କରଞ୍ଜିଆ-ହରେକୃଷ୍ଣ ତ୍ରିପାଠୀ,୬/୧୧: ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ କରିଛନ୍ତି ରାଜସ୍ବ ନୀରିକ୍ଷକ। ସୂଚନା ଅନୁସାରେ ବୁଧବାର ରାତିରେ କୌଣସି ଦୁର୍ବୃତ୍ତ ସାତକୋଶିଆ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରୁ ଗୋଟିଏ ଇନଭେଟର ସହ ବ୍ୟାଟେରୀ, ୫ ପେକେଟ କଳା ପଲିଥିନ ଓ ଦୁଇଟି ଗ୍ୟାସ୍ ସିଲିଣ୍ଡର ୪ ଟି ଚାବି ଭାଙ୍ଗି ଦେବା ସହିତ ଲକର ଚାବି ଭାଙ୍ଗି ଦେଇଥିବା ମହୁଲଡିହା ଥାନା ରେ ଅଭିଯୋଗ ହୋଇଛି। ଆର ଆଇ ଅବିନାଶ କୁମାର ନାଏକଙ୍କ ଅଭିଯୋଗ ଆଧାରରେ ମହୁଲଡିହା ଥାନା ଆଇଆଇସି ଅରୁଣ କୁମାର ଟୁଡୁ ଙ୍କ ନିର୍ଦ୍ଦେଶରେ ଏଏସଆଇ ସଞ୍ଜୟ କୁମାର ନାୟକ ଅନୁସନ୍ଧାନ କରୁଥିବା ଜଣାପଡିଛି। ପ୍ରକାଶ ଥାଉ କି କୌଣସି ଦୁର୍ବୃତ୍ତ ଅକ୍ଟୋବର ୧୪ ତାରିଖରେ ସ୍ଥାନୀୟ ନବ ନିର୍ମିତ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଟ୍ରାନ୍ସଫରମରରୁ ତେଲ ଚୋରି ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଏହି ଚୋରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅଡ଼ୁଆରେ ପକାଇଛି।

Leave a Reply

Your email address will not be published. Required fields are marked *