କରଞ୍ଜିଆ -ହରେକୃଷ୍ଣ ତ୍ରିପାଠୀ-୬/୧୧- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ରଥ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ଯୋଗଦେଇ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ସତର୍କତା, ଅନଲାଇନ ଆର୍ଥୀକ କାରବାର,କେୱାଇସି ଠକେଇ ରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁମଣି ଜେନା ଯୋଗଦେଇ ଅନଲାଇନ କ୍ରୟ ଏବଂ ବିକ୍ରୟ ଠକେଇ, ଟାୱାର ବସେଇବା ଠକେଇ, ଚାକିରି ଠକେଇ, ଲୋନ୍ ଦେବାକୁ କହି ଠକେଇ ରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, ବାରିପଦା ସାଇବର ଥାନା ଅଧିକାରୀ ସଦାନନ୍ଦ ନାଏକ , ଠାକୁରମୁଣ୍ଡା ଥାନା ଏସ ଆଇ ଅନିତା ସ୍ବାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟଙ୍କଧର ମହାନ୍ତ, ସମାଜସେବୀ ବସନ୍ତ କୁମାର ପୈବର୍ତ୍ତୀ ଯୋଗେ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପଦ୍ମ ଲୋଚନ ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଠାକୁରମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଏସଏଚଜି ମହିଳା, ଆଶାକର୍ମୀ,ମାବାସୁଳୀ ଉଚ୍ଚ ମାଧ୍ୟମିକ ର ଅଧ୍ୟାପକ ଛାତ୍ରଛାତ୍ରୀ,ଗ୍ରାମବାସୀ ଯୋଗଦେଇଥିଲେ। ଏସ ଆଇ ଅନିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *