ବାରିପଦା – ତା :- 21/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦଶମ ଦିନର ଏକ ମାତ୍ର
ମ୍ୟାଚରେ ଯମ ସୁପର କିଙ୍ଗ କେ କେ ୱାରିୟାର୍ସକୁ 57 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଯମ ସୁପର କିଙ୍ଗ 10 ଓଭରରେ 5 ଉଇକେଟ ହରାଇ 151 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ବୁଦ୍ଧଦେବ ନାଏକ 45 ଓ ପ୍ରକାଶ ସିଂ 34 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଉଦୟ ନାଥ ମାଝୀ ଓ ଖଗେଶ୍ୱର ବେରା 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କେ କେ ୱାରିୟାର୍ସ 10 ଓଭରରେ 7 ଉଇକେଟ ହରାଇ 94 ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଆଶିଷ କୁମାର ପୁଷ୍ପଲୋକ ସର୍ବାଧିକ 41 ରନ କରିଥିବା ବେଳେ ବିପକ୍ଷ ଦଳର ମନୋଜ 3 ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଓ ଗୌରବ ସିଂ ମଧ୍ୟ 2 ଟି ଉଇକେଟ ଅକ୍ତିଆର କରିଥିଲେ I ମିଲନ କୁମାର ସିଂ ଓ ଭବାତୋଷ ମହାକୁଡ଼ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ବିଚିତ୍ରାନନ୍ଦ ବାରିକ ସ୍କୋରିଙ୍ଗରେ ସହାୟତା କରିଥିଲେ I ସମର ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ I