ବାରିପଦା – ତା :- 20/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ନବମ ଦିନର ଏକ ମାତ୍ର
ମ୍ୟାଚରେ ବି ଏସ ଫାଇଟର ଅନ ଟପ ଇଲେଭେନକୁ 34 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ବି ଏସ ଫାଇଟର 10 ଓଭରରେ 5 ଉଇକେଟ ହରାଇ 143 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଲମ୍ବୋଦର ମହାନ୍ତ ସର୍ବାଧିକ 70 ରନ ସଂଗ୍ରହ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ତତ ସହିତ ରଞ୍ଜିତ କୁମାର ନାଏକ 34 ଓ ସଂଜୀବ କୁମାର ମହାପାତ୍ର 20 ରନ କରିଥିବା ବେଳେ ବିପକ୍ଷ ଦଳର କ୍ରିଷ୍ଣା ବେହେରା 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଅନ ଟପ ଇଲେଭେନ 10 ଓଭରରେ 5 ଉଇକେଟ ହରାଇ 109 ରନ ସଂଗ୍ରହ କରିପାରି ଥିଲେ I ଦଳ ପକ୍ଷରୁ ଜୟ ସିଂ ସର୍ବାଧିକ 59 ରନ କରିଥିବା ବେଳେ ବିପକ୍ଷ ଦଳର ସଂଜୀବ କୁମାର ମହାପାତ୍ର 3 ଓ ଆୟୁଷ ଦାସ 2 ଟି ଉଇକେଟ ଅକ୍ତିଆର କରିଥିଲେ I ନିମାୟ ସୋରେନ ଓ ଶ୍ରୀକାନ୍ତ କୁମାର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ପୁରୁଷୋତ୍ତମ ମହାନ୍ତ ସ୍କୋରିଙ୍ଗରେ ସହାୟତା କରିଥିଲେ I ପ୍ରବୀର ତେଲେଙ୍ଗା ଧାରା ବିବରଣୀ ପ୍ରଦାନ କରିଥିଲେ I