ବାରିପଦା – ତା :- 16/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନର ଏକ ମାତ୍ର ମ୍ୟାଚରେ ସଞ୍ଜୟ ଫାଇଟର କେ କେ ୱାରିୟର୍ସକୁ 50 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ସଞ୍ଜୟ ଫାଇଟର 10 ଓଭରରେ 3 ଉଇକେଟ ହରାଇ 170 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅବିନାଶ ରଥ 55, ହେମନ୍ତ ପରମାଣିକ 42 ଓ ବିଜୟ ମୁଣ୍ଡା 22 ରନ କରିଥିବା ବେଳେ ବିପକ୍ଷ ଦଲର ଉଦୟ ନାଥ ମାଝୀ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କେ କେ ୱାରିୟର୍ସ 10 ଓଭରରେ 9 ଉଇକେଟ ହରାଇ 120 ରନ କରିପାରିଥିଲେ I ଦଳ ପକ୍ଷରୁ ଶିବଶଙ୍କର ଟୁଡୁ 32 ରନ ଓ ଅଶନ କବାଟ 26 ରନ କରିଥିବା ବେଳେ ବିପକ୍ଷ ଦଳର ସଞ୍ଜୟ ଧୀର 3 ଟି ଓ ଶିବ ଶଙ୍କର ମହାନ୍ତି 2 ଟି ଉଇକେଟ ଅକ୍ତିଆର କରିଥିଲେ I ଅବିନାଶ ରଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ନିମାଇ ସୋରେନ ଓ ରଶ୍ମିରଞ୍ଜନ ଧୀର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I