ବାରିପଦା – ତା :- 26/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର 15 ତମ ଦିନର ଦ୍ୱତୀୟ ସେମି ଫାଇନାଲ ମ୍ୟାଚରେ ଟୋକସିକ ଥଣ୍ଡର ବି ଏସ ଫାଇଟରକୁ 9 ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ପ୍ରଥମେ ବ୍ୟାଟିଂ କରି ଟୋକସିକ ଥଣ୍ଡର 10 ଓଭରରେ 8 ଉଇକେଟ ହରାଇ 109 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୌରଭ ସାହୁ 31 ଓ ପ୍ରିତମ ବେହେରା 26 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ରଣଜିତ ନାଏକ 3 ଓ ଆୟୁଷ ଦାସ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଏସ ଫାଇଟର 10 ଓଭରରେ 6 ଟି ଉଇକେଟ ହରାଇ 100 କରିପାରିଥିଲେ I ଦଳ ପକ୍ଷରୁ ଭବତୋଷ ଶେଜପଡା ସର୍ବାଧିକ 47 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ପ୍ରିତମ ବେହେରା ଓ ବିକାଶ ମହାନ୍ତ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ପ୍ରିତମ ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଶିବ ଶଙ୍କର ଟୁଡୁ, ପୁରୁଷୋତ୍ତମ ମହାନ୍ତ, ସଞ୍ଜୟ ଧୀର ଓ ଶ୍ରୀକାନ୍ତ ନାଏକ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ଆଲୋକ ରଞ୍ଜନ ପୁହାଣ ସ୍କୋରିଙ୍ଗରେ ସହାୟତା କରିଥିଲେ I ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *