ବାରିପଦା – ତା :- 24/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତ୍ରୟୋଦଶ ଦିନର ଏକ ମାତ୍ର ମ୍ୟାଚରେ ଟକ୍ସିକ ଥଣ୍ଡରକୁ 9 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି କେ କେ ୱାରିୟାର୍ସ 10 ଓଭରରେ 7 ଉଇକେଟ ହରାଇ 89 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶିବ ଶଙ୍କର ଟୁଡୁ ସର୍ବାଧିକ 60 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସନୁ ସିଂ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟୋକସିକ ଥଣ୍ଡର 10 ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା ସର୍ବାଧିକ 86 ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ବେଳେ ବିପକ୍ଷ ଦଳର ପବିତ୍ର ନାଏକ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ I ପ୍ରକାଶ ସିଂ ଓ ମନୋଜ ନାଏକ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ସମର କୁମାର ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ I