ବାରିପଦା – ତା :- 23/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ଦିନର ଏକ ମାତ୍ର ମ୍ୟାଚରେ ବି ଏସ ଫାଇଟର ଯମ ସୁପର କିଙ୍ଗକୁ 41 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ବି ଏସ ଫାଇଟର 10 ଓଭରରେ 3 ଉଇକେଟ ହରାଇ 145 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସଂଜୀବ କୁମାର ମହାପାତ୍ର ସର୍ବାଧିକ 94 ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ବିପକ୍ଷ ଦଳର ଗୌରବ ସିଂ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଯମ ସୁପର କିଙ୍ଗ 10 ଓଭରରେ 9 ଉଇକେଟ ହରାଇ 104 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରକାଶ ସିଂ 54 ଓ ମନୋଜ ନାଏକ 20 ରନ କରିଥିବା ବେଳେ ବିପକ୍ଷ ଦଳର ବିଚିତ୍ରାନନ୍ଦ ବାରିକ ଓ ଆୟୁଷ ଦାସ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ନିମାୟ ସୋରେନ ଓ ମିଲନ କୁମାର ସିଂ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ଦୀପକ କୁମାର ମୁର୍ମୁ ସ୍କୋରିଙ୍ଗରେ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *