ବାରିପଦା – ତା :- 12/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଯୁବ ନେତା କାମିନୀ କାନ୍ତ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଖେଳକୁ ଉଦଘାଟନ କରିଥିଲେ I ପ୍ରଥମ ମ୍ୟାଚରେ ସଞ୍ଜୟ ଫାଇଟର ବି ଏସ ଫାଇଟରକୁ 43 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ସଞ୍ଜୟ ଫାଇଟର 10 ଓଭରରେ 6 ଉଇକେଟ ହରାଇ 149 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରାଜେଶ ଘଡେଇ ସର୍ବାଧିକ 52 ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ପରମେଶ୍ୱର ନାଏକ 27 ରନ କରିଥିଲେ I ବିପକ୍ଷ ଦଳର ଆୟୁଷ ଦାଶ ଓ ଭବତୋଷ ଶେଜପଡା 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଏସ ଫାଇଟର 10 ଓଭରରେ 3 ଉଇକେଟ ହରାଇ 106 ରନ କରିପାରିଥିଲେ I ଦଳ ପକ୍ଷରୁ ଲମ୍ବୋଦର ମହାନ୍ତ ସର୍ବାଧିକ 68 ରନ କରିଥିବା ବେଳେ ମେଗାଷ୍ଟର କାମରାଜ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଦ୍ଵିତୀୟ ମ୍ୟାଚରେ ଅନଟପ ଇଲେଭେନ କେ କେ ୱାରିୟର୍ସକୁ 7 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି କେ କେ 10 ଓଭରରେ 8 ଉଇକେଟ ହରାଇ 97 ରନ କରିଥିଲେ I ଦଳ ପକ୍ଷରୁ ଶିବ ଶଙ୍କର ଟୁଡୁ 35 ଓ ପୁଷ୍ପଲକ 20 ରନ କରିଥିବା ବେଳେ ବିପକ୍ଷ ଦଳର ମିଲନ ସିଂ 4 ଓ ସାଗ୍ରାମ ହାଁସଦା 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଅନଟପ ଇଲେଭେନ 7 ଓଭରରେ 3 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଜୟ ସିଂ ସର୍ବାଧିକ 81 ରନ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ପୁରୁଷୋତ୍ତମ ମହାନ୍ତ 2 ଟି ଉଇକେଟ ଅକ୍ତିଆର କରିଥିଲେ I ପୁଙ୍ଗା ଖେରୱାଲ ସୋରେନ ଓ ରଶ୍ମିରଞ୍ଜନ ଧୀର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 6 ଟି ଦଳ ଅଂଶ କରଥିବା ବେଳେ ଫାଇନାଲ ମ୍ୟାଚ 27 ତାରିଖ ଦିନ ଖେଳାଯିବ I

Leave a Reply

Your email address will not be published. Required fields are marked *