୦୯/୦୨/୨୦୨୩ ରିଖ ଦିନ ପୂର୍ବ ଘୋଷଣା ଅନୁଯାୟୀ ମୟୂରଭଞ୍ଜ ର ମୁକୁଟ ଶିମିଳିପାଳ ର ସୁରକ୍ଷା ପାଇଁ ଜିଲ୍ଲା ର ଏକ ମାତ୍ର ଅଗ୍ରଣୀ ତଥା ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ୧୮ ନଂ ଜାତୀୟ ରାଜପଥ,୪୯ ନଂ ଜାତୀୟ ରାଜପଥ, ବାରିପଦା ଉଦଳା ରାଜ୍ୟ ରାଜପଥ ଏବଂ କରଞ୍ଜିଆ ଠାକୁରମୁଣ୍ଡା ରାଜ୍ୟ ରାଜପଥ ଉପରେ ୩ ଘଣ୍ଟିଆ ହରତାଳ କାର୍ଯକ୍ରମ କରାଯାଇଥିଲା। ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ଆହ୍ବାନ ରେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ରାଜପଥ ଉପରେ ପାଖାପାଖି ୧୫ ଗୋଟି ସ୍ଥାନ ରେ ଭଞ୍ଜସେନା ର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ମାନେ ହଜାର ହଜାର ସଂଖ୍ୟା ରେ ହରତାଳ ରେ ସାମିଲ ହେବା ସହ ଜିଲ୍ଲା ବାସି ମାନେ ମଧ୍ୟ ଅକୁଣ୍ଠ ଚିତ୍ତ ରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମର୍ଥନ କରି ଥିବାର ଦୃଶ୍ୟମାନ ହୋଇ ଥିଲା 1 ହରତାଳ ସମ୍ପୂର୍ଣ୍ଣ ଭାବେ ସଫଳ ହେବା ସହ, ଆଗାମୀ ଦିନରେ ରେ ବି ଯଦି ସରକାର ଏଥି ପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଭଞ୍ଜ ସେନା ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବା ସହ କୌଣସି ବନବିଭାଗ ଅଧିକାରୀ ମାନଙ୍କୁ ଶାନ୍ତି ରେ ରହିବା ପାଇଁ ଦିଆ ଯିବ ନାହିଁ , ଆମ ଜୀବ ଜନ୍ତୁ ମାନେ ଯେମିତି ଅସୁରକ୍ଷିତ ଅଛନ୍ତି ବନବିଭାଗ କର୍ମଚାରୀ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହେବେ ବୋଲି ଭଞ୍ଜସେନା ର ନେତୃମଣ୍ଡଳୀ ମାନେ ଚେତାବନୀ ଦେବା ସହ ମୁଖ ପାତ୍ର ମାନସ ବେହେରା ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି।