ବାରିପଦା – ତା :- 17/02/2023 ରିଖ ସ୍ଥାନୀୟ ଲାଲବଜାର ସ୍ଥିତ ରାଧାରାଣୀ ଓ ଦୟାଭାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଫଲ୍ଗୁନୀ – 2023 ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣକିଙ୍କର ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପୁରସ୍କାର ବିତରଣ କରିବା ସହ ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବାର୍ଷିକ ଉତ୍ସବର ଭୂମିକା ଯଥେଷ୍ଟ ରହିଛି ବୋଲି କହିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ପ୍ରଭାତୀ ପଟ୍ଟନାୟକ, ପୂର୍ବତନ ଛାତ୍ର ଡାକ୍ତର ପିନାକୀ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ ମୋହନ ମୁର୍ମୁ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଶିକ୍ଷକ ପ୍ରଦୀପ କୁମାର ଦେ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଇନଜୀବୀ ରାଜକିଶୋର ମହାନ୍ତ ସ୍ୱାଗତ ଅଭିଭାଷଣ ଦେଇଥିଲେ I ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଏହି ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ଦୀପକ କୁମାର ମହାନ୍ତ, ୱାର୍ଡ କାଉନସିଲର ରୀନା ଶର୍ମା, ପି ସି ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ସମସ୍ତ ସି ଆର ସି ସି ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I ବିଦ୍ୟାଳୟର ଦୁଇ କୁନି ପ୍ରତିଭା ଏମ ସାଇ ଜ୍ୟୋତି ଓ ଏମ ସାଇ ପ୍ରୀତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ମିନତୀ ରଥଅଧିକାରୀ, ରୁନି ମହାପାତ୍ର, ମୀନା କୁମାରୀ ବେହେରା, ପୁଣ୍ୟତୋୟା ଦାସ, ସସ୍ମିତା ପାଣିଗ୍ରାହୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ I ଶେଷରେ ଉପ ସଭାପତି ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ