କରଞ୍ଜିଆ_ତା -17-11-2023-ଠାକୁରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ତଥା ଶିଶୁ ବିଜ୍ଞାନୀ ଗ୍ୟାସୁଦ୍ଦିନ ରାଜ୍ୟସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-2023 ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି l ଗ୍ୟାସୁଦ୍ଦିନର ସଫଳତାରେ ଶିକ୍ଷକ ଅଭିଵାବକ ଆନନ୍ଦ ପ୍ରକାଶ କରିବା ସହିତ ଗ୍ୟାସୁଦ୍ଦିନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି l ୧୫ ତାରିଖ ବାରିପଦା ଠାରେ ଅନୁଷ୍ଠିତ ଶିଶୁ ବିଜ୍ଞାନ କଂଗ୍ରେସରେ ଠାକୁରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ପ୍ରକଳ୍ପ ଶ୍ରେଷ୍ଠ ସ୍ଥାନ ହାସଲ କରିବାରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବ l ସହକାରୀ ଶିକ୍ଷକ ଦେବାଶିଷ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଗ୍ୟାସୁଦ୍ଦିନ ପ୍ରକଳ୍ପ ବିକାଶ କରି ଅଂଶଗ୍ରହଣ କରି ସଫଳତା ପାଇଥିବାରୁ ପ୍ରଧାନ ଶିକ୍ଷକ ଲଷ୍ମୀନାରାୟଣ ମହାନ୍ତ ଶିକ୍ଷକ ଏବଂ ପ୍ରତିଯୋଗୀଙ୍କୁ କୃତଜ୍ଞତା ଜଣାଇବା ସହିତ ରାଜ୍ୟ ସ୍ତରରେ ସଫଳତା କାମନା କରିଛନ୍ତି lଗ୍ୟୋସୁଦ୍ଦିନ ଠାକୁରମୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସାମ୍ବାଦିକ ଶେଖ ରାଜୁଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି

Leave a Reply

Your email address will not be published. Required fields are marked *