ବାରିପଦା – ତା :- 28/03/2023 ରିଖ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କଳାହାଣ୍ଡି କପ କ୍ରିକେଟ 2023 ରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜର 15 ଜଣିଆ ଦଳ ଆସନ୍ତା କାଲି କଟକ ଅଭିମୁଖେ ଯାତ୍ରା କରିବ I ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଓ ସି ଏ ଭିଜନ 2024 ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ଶ୍ରେଷ୍ଠ 25 ଜଣ ଖେଳାଳିଙ୍କ ତାଲିକା କଟକରୁ ଆସିଥିଲା I ସେମାନଙ୍କୁ ନେଇ ତିନିଦିନ ନେଟ୍ସ କରାଯାଇ 15 ଜଣିଆ ଦଳ ଘୋଷଣା କରାଯାଇଛି I ସେମାନେ ହେଲେ ଅଧିନାୟକ ସାଇବା ସିଂହ, ଉପ ଅଧିନାୟକ ଅଭିଜିତ ପ୍ରସାଦ ଘଣା, ଶୁଭମ ନାଏକ, ମନୁ ରାମ, ଅଭିଜ୍ଞାନ ମହାନ୍ତି, ବାସ୍ତବ ମହାନ୍ତ, ଦିବ୍ୟ ରଞ୍ଜନ ଦାସ, ପ୍ରୀତପାଲ ସିଂହ, ଶୁଭମ ମହାନ୍ତି, ଅଭିନାଶ ଖଣ୍ଡେଲୱାଲ, ସୌମ୍ୟ ମହାନ୍ତ, ସୁବ୍ରତ ସିଂ, ମୋହିତ କଂକାରିଆ, ଭବାନୀ ଶଙ୍କର ପାତ୍ର ଓ ପ୍ରିତମ ଆଚାର୍ଯ୍ୟ I ମ୍ୟାନେଜର ଭାବେ ହରପ୍ରସାଦ ପାତ୍ର ମଧ୍ୟ ଦଳ ସହିତ ଗସ୍ତ କରିବେ I ଆଜି ଅପରାହ୍ନରେ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ସଂଜୀବ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ଅମୁଲ୍ୟ ମିଶ୍ର, ବିଜୟ ଦାସ (ମଣ୍ଟୁ ଦା ), ଆମ୍ପୟାର ଦିଲ୍ଲୀପ ଦାସ, ଉମେଶ ସାହୁ ଚୟନକର୍ତ୍ତା ଶକ୍ତିପ୍ରସାଦ ପାତ୍ର ତଥା କାର୍ତ୍ତିକ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ 30 ତାରିଖ ଦିନ ଢେଙ୍କାନାଳ ସହିତ ଖେଳିବ I