ବାରିପଦା – ତା :- 09/05/2023 ରିଖ ଆଦର୍ଶ ଶିକ୍ଷକ ତଥା ନିମ ପରିବାରର ବରିଷ୍ଠ ଉପଦେଷ୍ଟା ସ୍ବର୍ଗତ ରଣଜିତ ମହାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଥମେ ନୀରବ ପ୍ରାର୍ଥନା କରାଯାଇଥିଲା I କିପରି ବହୁଳଭାବେ ନିମ୍ୱ ଚାରା ରୋପଣ କରାଯାଇପାରିବ ସେ ସଦା ସର୍ବଦା ପରିବାରର ସଦସ୍ୟ ମାନଙ୍କୁ ଉତ୍ସାହିତ କରୁଥିଲେ I ତାଙ୍କର ଅକସ୍ମାତ ବିୟୋଗରେ ନିମ୍ ପରିବାର ଜଣେ ପରୋପକାରୀ, ସମାଜସେବୀ ଓ ଦରଦୀ ବ୍ୟକ୍ତିଙ୍କୁ ହରାଇଲା ବୋଲି ସମ୍ପାଦକ ବିମ୍ବାଧର ସାହୁ ପ୍ରକାଶ କରିଥିଲେ I ତାଙ୍କ ସ୍ମୃତିରେ ପରିବାର ବର୍ଗଙ୍କ ସହ ତାଙ୍କ ବାସଭବନ ପରିସରରେ ନିମ୍ବ ଚାରାଟିଏ ରୋପଣ କରାଗଲା I ତାଙ୍କ ପତ୍ନୀ ଉର୍ମିଳା ମହାନ୍ତ, ପୁଅ, ବୋହୁ, ନାତି ନାତୁଣୀଙ୍କ ସମେତ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ପରିବାରର ସୋମନାଥ ସିଂହ, ସର୍ଦ୍ଦାର ହରି ଚରଣ ସିଂହ, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ମମତାଜ ପରବିନ ଓ ତପସ୍ୱିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *