ତା ୨୧ /0୫ ରିଖ, ମୟୁରଭଞ୍ଜ ଜିଲ୍ଲା ଏବଂ ବାରିପଦା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଏବଂ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଷଷ୍ଠଥରପାଇଁ ବସାଇବାକୁ ଶଙ୍ଖ ଚି଼ହ୍ନ ରେ ବିପୁଳ ପରିମାଣରେ ଉଭୟ ସାଂସଦ ଓ ବିଧାୟକଙ୍କୁ ବଟନ ଦବାଇ ଭୋଟ ଦେବାକୁ ବାରିପଦା କଚେରୀଠାରେ ସମସ୍ତ ଓକିଲ ଭାଇ ଓ ଭଉଣୀଙ୍କୁ ବ୍ୟକ୍ତିଗତ ଦେଖାକରି ପୁସିଂକାର୍ଡ ଦେଇ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ନିବେଦନ କରିଛନ୍ତି l ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ନଗର ପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ଉପ ନଗରପାଳ ସୀମା ଦାସ, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ, ରାଜ୍ୟ ସମ୍ପାଦକ ବିଜେଡି ରାଜୀବ ଜେନା ଓ ଆଶ୍ରିବାଦ ଦାସ, ଜିଲ୍ଲା ଛାତ୍ର ସଭାପତି ସୁନୀଲ କୁମାର ନାୟକ, ଯୁବ ବିଜେଡି ସଭାପତି ଅରୁଣ କୁମାର ବରାଡ଼, ବାରିପଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସରୋଜ ଶତପଥି, ବାରିପଦା ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ଅଭାସ ଦେ, କାଉନସିଲର ଅନନ୍ତ ଦାସ, ପ୍ରଭାତୀ ପୃଷ୍ଟି, ଜିତା ସିଂ, ସୁକେଶିନୀ ସେଠି, ଦେବାଶିଷ ପାତ୍ର, ସୁଧୀର ବାରିକ, ପୂଜା ତରେଇ, ସୀମା ଦାସ,ଜୀତ ପଟ୍ଟନାୟକ, ନନ୍ଦନ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *