ବାରିପଦା ତା.11-03-2023 ରିଖ- ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ ଲୋକ ଅଦାଲତ ରେ ମୋଟ 2080 ଗୋଟି ମାମଲା ମଧ୍ୟରୁ 1716 ଟି ମାମଲା ର ଆପୋଷ ବିଚାର ହୋଇ 10 ଲକ୍ଷ 70 ହଜାର 955 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି. ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ବିଭିନ୍ନ ଶ୍ରେଣୀ ଭୁକ୍ତ ମାମଲାମଧ୍ୟରୁ ମୋଟର ଯାନ ଦୁର୍ଘଟଣା ସମ୍ବନ୍ଧୀୟ 188 ଗୋଟି ମାମଲା ମଧ୍ୟରୁ ଗୋଟିଏ, ଜମି ଅଧିଗ୍ରହଣ ସମ୍ଭନ୍ଧୀୟ 03 ଗୋଟି ମାମଲା ରୁ ଗୋଟିଏ,ପାରିବାରିକ ସମ୍ୱନ୍ଧୀୟ 42 ଗୋଟି ମାମଲା ରୁ 18 ଟି ଓ ରାଜସ୍ବ ସମ୍ବନ୍ଧୀୟ 1842 ଗୋଟି ମାମଲା ମଧ୍ୟରୁ 1696 ଗୋଟି ମାମଲା ଫଇସଲା କରାଯାଇ ମୋଟ 10 ଲକ୍ଷ 70 ହଜାର 955 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି.ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଜଜ ଦୀପକ ରଞ୍ଜନ ସାହୁ, ଏସ ଡି ଜେ ଏମ ଶ୍ରୀମତୀ ବିଶ୍ୱକଳ୍ପିତା ମହାନ୍ତି,ଜେ ଏମ ଏଫ ସି ଜଜ ମିସେସ ଜରିନ ଖାନ, ଜେ ଏମ ଏସ ସି କୋୖର୍ଟ ଜଜ ମିସ ଶାରଣ ବସ୍ତିଆ ଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ଓ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ବୀମା କମ୍ପାନୀ କର୍ମଚାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ.