ବାରିପଦା – ତା :- 03/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିନର ଏକ ମାତ୍ର ମ୍ୟାଚରେ ବି ଜେ ଏମ ସି ସି ମୁର୍ଗାବାଡି କ୍ରିକେଟ କ୍ଲବକୁ 7 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ମୁର୍ଗାବାଡି କ୍ଲବ 15 ଓଭରରେ 9 ଉଇକେଟ ହରାଇ 87 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସାଇବା ସିଂ ସର୍ବାଧିକ 22 ରନ କରିଥିବା ବେଳେ ବିପକ୍ଷ ଦଳର ପରମେଶ୍ୱର ବେହେରା, ଦୁଷ୍ମନ୍ତ ଦାସ, ବିପୁଲ ରାଉତ ଓ ଅମିତ ବିଶ୍ୱାସ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଜେ ଏମ ସି ସି 10.4 ଓଭରରେ 3 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ବିବ୍ୟଲୋଚନ ଦାଶ 37 ଓ ଅବିନାଶ ଖଣ୍ଡେଲୱାଲ 23 ରନ କରିଥିଲେ I ଦିବ୍ୟଲୋଚନ ଦାଶ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ସୁଶାନ୍ତ ମହାନ୍ତି ଓ ଅଶୋକ କୁମାର ପାଲ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I