ବାରିପଦା – ତା :- 01/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନର ଏକ ମାତ୍ର ମ୍ୟାଚରେ ବି ଜେ ଏମ ସି ସି ମୟୁରଭଞ୍ଜ କ୍ରିକେଟ ଏକାଡେମୀ – ବି କୁ 5 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏମ ସି ଏ – ବି 20 ଓଭରରେ 9 ଉଇକେଟ ହରାଇ 157 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୌର ପ୍ରକାଶ ବେହେରା 64 ଓ ରୁଦ୍ର ମାଧବ ନାୟକ 35 ରନ କରିଥିବା ବେଳେ ବିପକ୍ଷ ଦଳର ହଂସରାଜ ସାହୁ 3 ଟି ଓ ସ୍ୱରାଜ କୁମାର ମହାନ୍ତି 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଜେ ଏମ ସି ସି 12 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସଞ୍ଜୟ କୁମାର ବେହେରା 71 ଓ ଦିବ୍ୟ ଲୋଚନ ଦାଶ 44 ରନ କରିଥିବା ବେଳେ ବିପକ୍ଷ ଦଳର ବୁନୁ କୁମାର 2 ଟି ଉଇକେଟ ଅକ୍ତିଆର କରିଥିଲେ I ସଞ୍ଜୟ କୁମାର ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ମନମୋହନ ମୁର୍ମୁ ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I ଡି ଆର କେ ଦଳ ନ ଆସିବାରୁ ହିତୁ ଇଲେଭେନକୁ ୱାକ ଓଭର ଦିଆ ଯାଇଥିଲା ବୋଲି ସମ୍ପାଦକ ଲୋହିତ ଦାଶଙ୍କ ସୂତ୍ରରୁ ପ୍ରକାଶ I