ବାରିପଦା – ତା :- 13/02/2023 ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ଷ୍ଟେସନ ଏଥଲେଟିକ ଆସୋସିଏସନ ଖୁଣ୍ଟା ଇଲେଭେନକୁ 5 ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ପ୍ରଥମେ ବ୍ୟାଟିଂ କରି ଖୁଣ୍ଟା 15 ଓଭରରେ 8 ଉଇକେଟ ହରାଇ 108 ରନ କରିଥିଲେ I ଦଳ ପକ୍ଷରୁ ଜୟରାମ ଟୁଡୁ 26 ଓ ଦେବାଶିଷ ଆଚାର୍ଯ୍ୟ 20 ରନ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦନ ସିଂ ଓ ରାଜେଶ ବେହେରା 3 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏସ ଏ ଏ 12.5 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ମନୀଷ ପଣ୍ଡା 44 ଓ ପ୍ରସନ୍ନଜିତ ମହାନ୍ତି 35 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ରତିକାନ୍ତ ନାୟକ ଓ ଶିଶିର କୁମାର ବେହେରା 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଚନ୍ଦନ ସିଂ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଉତ୍ତମ ମହାକୁଡ଼ ଓ ମନମୋହନ ମୁର୍ମୁ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ଏଇ 15 ତାରିଖ ଦିନ ବି ଜେ ଏମ ସି ସି ଓ ଷ୍ଟେସନ ଏଥଲେଟିକ ଆସୋସିଏସନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଟୁର୍ଣ୍ଣାମେଣ୍ଟର ସମ୍ପାଦକ ଲୋହିତ ଦାଶ ଜଣାଇଛନ୍ତି I