ବାରିପଦା – ତା – 03/04/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ଓ ଛଉ ପଡିଆରେ ମାଷ୍ଟର ଏଥଲେଟିକ ଗ୍ରୁପ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାକୁ ଅବସରପ୍ରାପ୍ତ ଏକ୍ସାଇଜ କମିଶନର ରବୀନ୍ଦ୍ର ନାଥ ସିଂହ ଉଦଘାଟନ କରିବା ସହ କୁନିକୁନି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I 5 ରୁ 50 ବର୍ଷରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ 150 ଜଣ ଅଂଶ ଗ୍ରହଣ କରିଥିଲେ I 40 ମି ଦୌଡ଼ାରେ ଦୀପଙ୍କର ନାଏକ, 50 ମି ରେ ଋତୁରାଣୀ ମାରାଣ୍ଡି, ଅଜୟ କୁମାର ସିଂ ଓ ରାଜଲକ୍ଷ୍ମୀ ମହାନ୍ତ, 100ମି ରେ ରୋହିତ କୁମାର ଆଚାର୍ଯ୍ୟ, ବୈଷ୍ଣବୀ ଦେବୀ ସିଂହ, ପ୍ରତୀକ ମହାନ୍ତ, 800 ମି ରେ ମୁକୁନ୍ଦ ହେମ୍ବ୍ରମ, ଓମ ପ୍ରକାଶ ଦଳେଇ, 1600ମି ରେ ଓମ ପ୍ରକାଶ ଦଳେଇ, 1600 ମି ୱାଲ୍କରେ ରାଜଲକ୍ଷ୍ମୀ ମହାନ୍ତ, ସ୍ୱାତୀ ମହାନ୍ତ, ଡ଼ିସକାସ ଥ୍ରୋ ରେ ପ୍ରଶାନ୍ତ କୁମାର ଦାସ, ଫୁଲମଣୀ ମୁର୍ମୁ, ସଟପୁଟ ଥ୍ରୋ ରେ ସୌରୀ ଟୁଡୁ, ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ ଓ ବରିଷ୍ଠ ସଦସ୍ୟ ଉମେଶ ସାହୁ ପୁରସ୍କାର ବିତରଣ କରିବା ସହ ସଂସ୍ଥାର ଏଭଳି ପ୍ରାୟସକୁ ପ୍ରଶଂସା କରିଥିଲେ I ଦଲନ ଚନ୍ଦ୍ର କୁଅଁର ଦେଓଙ୍କ ନେତୃତ୍ୱରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବନମାଳୀ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *