ବାରିପଦା ତା ୨୨-୧୨-୨୦୨୫
ଓଡିଶା ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ  ଶୁଭା ଶର୍ମା, ୩ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା  ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ଜନ କଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ ଅନୁଧ୍ୟାନ କରିଥିଲେ।

ଏହି କ୍ଷେତ୍ର ପରିଦର୍ଶନ ସମୟରେ ତା’ଙ୍କ ସହିତ ଜିଲ୍ଲାପାଳ  ହେମକାନ୍ତ ସୟ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଶ୍ରୀମତୀ ଶର୍ମା ପ୍ରଥମେ ଯଶିପୁର ବ୍ଲକ ଅଧିନସ୍ଥ ସାତକୋଶିଆ ଜି ପି ର ଘୁଲଘୁଳିଆ ଅଙ୍ଗନବାଡି ଠାରେ ପୋଷଣ ଯତ୍ନ କେନ୍ଦ୍ର, ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାର ସମୀକ୍ଷା କରିଥିଲେ। କରଞ୍ଜିଆ ଠାରେ ବିଶ୍ୱବନ୍ଧୁ ସେବକ ସଙ୍ଘ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ର ଯାଇ ଏହାର ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।ଯଶିପୁର ଠାରେ ବିଭିନ୍ନ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ଅନ୍ତେବାସୀ ମାନଙ୍କ ଖାଇବା ଓ  ନିବାସରେ ରହଣି ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପି ଏମ ଶ୍ରୀ  ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିବା ସହିତ ପିଲାମାନଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ଯଶିପୁର ମେଗା ଜଳ ଯୋଗାଣରେ ଜଳ ବିଶୋଧନ କେନ୍ଦ୍ର ଅଂଚଳ ନିରୀକ୍ଷଣ କରିଥିଲେ।ଏହାପରେ ରାଇରଙ୍ଗପୁର  ମହିଳା ମହାବିଦ୍ୟାଳୟ ଯାଇ ଛାତ୍ରୀ ଓ ଅଧ୍ୟାପକ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ରାଇରଙ୍ଗପୁର ସହର ୱାର୍ଡ ନମ୍ବର ୧୫ ସ୍ଥିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ଏଗ୍ରୋ ସର୍ଭିସ ସେଣ୍ଟର ଦେଖିଥିଲେ ଏବଂ ପି ଏମ କିଷାନର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ କୃଷକ ପଞ୍ଜିକରଣ ଶିବିର ଅନୁଧ୍ୟାନ କରିଥିଲେ। ସେଠାରୁ ପୁରୁଣାପାଣି ଜି ପି ଅଫିସ ରେ କୃଷକ ପଞ୍ଜିକରଣ ଶିବିରରେ ପି ଏମ କିଷାନ ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ତାଳବନ୍ଧ ଗ୍ରାମରେ ସୋଲାର ବୋରୱେଲ ଦେଖିଥିଲେ।ଏହାପରେ ରାଇରଙ୍ଗପୁର ପୌରାଞ୍ଚଳ ରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଡ୍ରିଙ୍କ ଫ୍ରମ ଟେପ ପ୍ରକଳ୍ପର କାର୍ଯ୍ୟକାରିତାର ଅନୁଧ୍ୟାନ କରିବା ସହ ହିତାଧିକାରୀଙ୍କ ସହ ଭାବ ବିନିମୟ କରି ଠିକ ଭାବେ ଜଳ ଯୋଗାଣ କାର୍ଯ୍ୟ ସମ୍ପାଦନ ହେଉଛି କି ନାହିଁ ପଚାରି ବୁଝିଥିଲେ।

ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସ୍ଥିତି ଓ ଉନ୍ନୟନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଉକ୍ତ ବୈଠକରେ  ସୁଚାରୁ ବଳ,  ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ  ନେତ୍ରାନନ୍ଦ ମଲ୍ଲିକ, ରାଇରଙ୍ଗପୁର ଉପଜିଲ୍ଲାପାଳ  ସୌମ୍ୟ ରଞ୍ଜନ ପ୍ରଧାନ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ  ନିହାରିକା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *