ବାରିପଦା – ତା ୧୬/୧୦
ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଦ୍ଭାବନା ଗୃହ ଠାରେ ଜିଲ୍ଲା ସ୍ତରୀୟ ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମକର୍ତା ଶ୍ରୀ ସତ୍ୟନାରାୟଣ ବେହେରା, ବାରିପଦା ଆଇନ ମହାବିଦ୍ୟାଳୟ ର ସହକାରୀ ପ୍ରାଧ୍ୟାପକ ସୁନୀଲ କୁମାର ଜେନା ପ୍ରମୁଖ ଯୋଗଦେଇ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ର ସମସ୍ତ ଦିଗ, ଅଧିକାରୀଙ୍କ ଦାଇତ୍ୱ, ପୀଡିତ ମାନେ କିପରି ନିଜର ଅଭିଯୋଗ ଦାଖଲ କରିପାରିବେ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିହାରିକା ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,
ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ, ପୋଲିସ ଅଧିକାରୀ, ଶକ୍ତି ସଦନ, ସଖି, ୱାନଷ୍ଟପ ସେଣ୍ଟରର କର୍ମକର୍ତା, କାର୍ଯ୍ୟକ୍ରମ ଅଧିକାରୀ, ପରିବାର ପରାମର୍ଶ କେନ୍ଦ୍ରର କର୍ମକର୍ତା ମାନେ କାର୍ଯକ୍ରମରେ ଯୋଗ ଦେଇଥିଲେ ।
