ବାରିପଦା-
ତା ୧୭/୧୨/୨୦୨୫ -ନବ ଉତ୍କଳ ସମାଜର ଦୂରଦ୍ରଷ୍ଟା ତଥା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଆଜି ଜନ୍ମତିଥି I ସମଗ୍ର ଓଡିଶା ତଥା ଭାରତ ବର୍ଷ ପାଇଁ ନିଜର ସ୍ୱଳ୍ପ ଜୀବନ ସମୟ ଅବଧିରେ ମୟୁରଭଞ ମହାରଜା ଶ୍ରୀରାମଚନ୍ଦ୍ର ଙ୍କ ଅବଦାନ ଅତୁଳନୀୟ l ରେଭେନ୍ସା ମହାବିଦ୍ୟାଳୟ ହେଉ କିମ୍ବା କଟକ ଏସ୍.ସି.ଭି ମେଡିକାଲ୍ ଦର୍ଶାଇ ଥାଏ ଯେ ମହାରାଜା ଶ୍ରୀରାମ ଚନ୍ଦ୍ର ଓଡିଆ ଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ର ଉନ୍ନତି ନିମନ୍ତେ ଗଭୀର ଭାବେ ଅଙ୍ଗୀକାର ବଦ୍ଧ ଥିଲେ Iସ୍ବତନ୍ତ୍ର ଓଡିଆ ପ୍ରଦେଶ ଗଠନ ଏବଂ ଓଡିଆ ଭାଷା ଆନ୍ଦୋଳନ ରେ ମଧ୍ୟ ମହାରାଜାଙ୍କ ମୁଖ୍ୟ ଭୂମିକା ଆଜି ବି ସମସ୍ତ ଓଡିଆ ପ୍ରାଣ ରେ ରୁଦ୍ଧିମନ୍ତ ହୋଇ ରହିଛି I
…………. ଆଜି ର ଏହି ପବିତ୍ର ଦିନରେ ମହାରାଜା ଙ୍କ ୧୫୫ ତମ ଜନ୍ମ ଜୟନ୍ତୀ କୁ ଜିଲ୍ଲା ର ଏକମାତ୍ର ବ୍ରୁହତ୍ ତଥା ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ସ୍ମୁତି ଚାରଣ କରିବା ସମେତ ସଂଗଠନ ର କର୍ମକର୍ତ୍ତା ମାନେ ଏକାଠି ହୋଇ ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପ୍ରତିମୂର୍ତ୍ତି ତଳେ ସମ୍ମାନ ପୂର୍ବକ ନୀରବ ପ୍ରାର୍ଥନା କରି ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ତାସହିତ ଆଜି ଭଳି ପବିତ୍ର ଦିନରେ କିଛି ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ବାରିପଦା ସହରର ପାଲବଣୀ ଏରିଆ ରୁ ପାଖାପାଖି ଥିବା ୨୭୦୦ ରୁ ଉର୍ଦ୍ଧ୍ଵ ଗଛ କାଟିବା ଆରମ୍ଭ କରିଛନ୍ତି, ଯାହାକି ମହାରାଜା ଙ୍କୁ ଘୋର ଅପମାନିତ କରିବା ଭଳି ସଂଗଠନ ହୃଦବୋଧ କରୁଛି କାହିଁକିନା ଦୀର୍ଘ ୪/୫ ମାସ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ କୌଣସି ଅନ୍ୟତ୍ର କରିବା ପାଇଁ ଆମ୍ଭେ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ କରିଥିଲୁ, ତାସତ୍ତ୍ୱେବି ସେହି ଜାଗାରେ ହଜାର ହଜାର ଗଛ କାଟି ବସଷ୍ଟାଣ୍ଡ କରିବାର ଜିଦ୍ ପ୍ରକୃତରେ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସଂଗଠନ ହୃଦବୋଧ କରି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ବାରିପଦା ସହରକୁ ପୂର୍ବରୁ ବିଶ୍ୱର ଉତ୍ତପ୍ତ ସହର ଭାବେ ମାନ୍ୟତା ପାଇଥିବା ଧାରାକୁ ଆଗାମୀ ବର୍ଷ ମାନଙ୍କ ମଧ୍ୟରେ ମଧ୍ଯ “ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ବାରିପଦା ରହୁ” ବୋଲି ଘୃଣ ଯୋଜନା କରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ଏଣୁ ଅତିଶୀଘ୍ର ଏହି ଅନୈତିକ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଇନ ର ଆଶ୍ରୟ ମଧ୍ଯ ନେବ |
……. .ଆଜିର ଏହି କାର୍ଯ୍ୟକ୍ରମ ରେ ପିଣ୍ଟୁ ମାଇତି ,ରାକେଶ୍ ବେହେରା,ସନାତନ ସାହୁ,ସାଫଲ୍ୟ ମିଶ୍ର,ରାକେଶ୍ ମହାନ୍ତି,ପଙ୍କଜ କରନ୍,ଜ୍ୟୋତିରଞ୍ଜନ୍ ପ୍ରଷ୍ଟି,ଗୌରବ ମହାନ୍ତି,ସଞ୍ଜୟ ମାହାର୍ଣ୍ନା,ରୁଦ୍ର ପଟ୍ଟନାୟକ,ସଞ୍ଜୟ ମହାନ୍ତ,ଶୁଭମ୍ ସିଂ,ସୁନିଲ୍ ମହାପାତ୍ର,ଜିତୁ ସିଂ,ଦୀପକ୍ ବେହେରା,ପ୍ରଦୀପ ପଣ୍ଡା,ଗୌରାଙ୍ଗ ଘଡେଇ,ଦିବ୍ୟଜ୍ୟୋତି ଦାସ୍,ହ୍ରିତିକ୍ ନାଥ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I

