କରଞ୍ଜିଆ ରୃ ହରେକୃଷ୍ଣ ତ୍ରିପାଠୀ –
ସଡ଼କ ଦୁର୍ଘଟଣା ଟ୍ରକ ବସ ମୁହାଁମୁହିଁ ଧୋକା ୧୫ ଆହତ ୫ ଗୁରୁତର । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ର କରଂଜିଆ ଗ୍ରୀଡ଼ ନିକଟରେ,ଆଜି ଦିନ ୧୧ ଘଟିକା ସମୟରେ କଲ୍ୟାଣି ଏବଂ କଲ୍ୟାଣି ନାମକ ଏକ ଘରୋଇ ବସ ଏକ ହାଇବା ଟ୍ରକକୁ ପଛରେ ଧୋକା ଦେବା ଫଳରେ ବସରେ ଥିବା ୫ଯାତ୍ରୀ ଗୁରୁତର ଆହତ ହଇଥିବା ବେଳେ ୧୫ ରୁ ଅଧିକ ଆହତ ହଇଥିବା ଦେଖିବାକୁ ମିଳିଛି, ଘଟଣା ସ୍ଥଳରୁ ଉଭୟ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି ।ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣା ପୋଡିନାହିଁ ।