(ହରେକୃଷ୍ଣ ତ୍ରୀପାଠୀ ଙ୍କ ରିପୋର୍ଟ)-ଠାକୁରମୁଣ୍ଡା ତା ୨୮/୦୧ ( ) କରଞ୍ଜିଆ ଏନଏସି ଅନ୍ତର୍ଗତ ଗଡ଼ସାହି ଅଞ୍ଚଳରେ ଭଡ଼ା ଘରେ ରହି ଜଣେ ବ୍ୟକ୍ତି ଯୁବତୀ ମାନଙ୍କୁ ନେଇ ଦେହ ବେପାର ରେ ନିୟୋଜିତ କରି ଗ୍ରାହକ ଙ୍କ ଠାରୁ ଟଙ୍କା ମୂଲ ଚାଲ କରିବା ଘଟଣା ମୋବାଇଲ ରେ ଚିତ୍ର ଉତ୍ତଳନ କରି ଭାଇରାଲ ହେବା ପରେ କରଞ୍ଜିଆ ଥାନା ପୋଲିସ ଶନିବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଭାଟିସିରା ଗ୍ରାମର ଗୋପୀନାଥ ଚୌଧୁରୀ ବୋଲି ଜଣାପଡିଛି।ଗୋପୀନାଥ ଘଷିପୁରା ଅଞ୍ଚଳ ରୁ ଆସି ପ୍ରାୟ ୨ ବର୍ଷ ହେବ କରଞ୍ଜିଆ ଏନଏସି ଅନ୍ତର୍ଗତ ଗଡ଼ସାହି ଅଞ୍ଚଳରେ ଭଡାରେ ଘର ନେଇ ରହୁଥିଲେ।ସେ ସେଠାରେ ରହି ଯୁବତୀ ମାନଙ୍କୁ ନେଇ ଦେହ ବ୍ୟବସାୟ ରେ ଲଗାଉ ଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ ମଧ୍ୟ ଏହି ଘଟଣା ବାହାରେ ପ୍ରକାଶ କରୁନଥିଲେ।କିନ୍ତୁ ମୋବାଇଲ ରେ ଦେହବେପାର ନେଇ ଗୋପୀନାଥ ମୂଳଚାଲ କରିବା ସହ ଦେହବେପାର ପାଇଁ ଥିବା ଯୁବତୀ ଙ୍କ ତାଙ୍କ ଘରେ ଉପସ୍ଥିତି ଚିତ୍ର ଉତ୍ତଳନ କରି ଏହା ଭାଇରାଲ ହେବା ପରେ ଏହି ଘଟଣା ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।ଖବର ପ୍ରକାଶ ପରେ କରଞ୍ଜିଆ ଥାନା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଯୁବତୀ ମାନଙ୍କୁ ରଖି ଦେହ ବ୍ୟବସାୟ ରେ ଲଗାଉ ଥିବା ଗୋପୀନାଥ ଚୌଧୁରୀ ଙ୍କୁ ଥାନା କେଶ ନମ୍ବର ୩୩/2023ରେ ଦଫା U/s- 370(2) (A ) IPC/Sec.3/4/5 of Immoral Traffic Prevention Act 1956 ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି !