ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆସନ୍ତା ୧୩ ମାର୍ଚ୍ଚ ରାଜ୍ୟବ୍ୟାପୀ ଡାକରା ଦିଆଯାଇଥିବା ଚାଲ ରାଜଭବନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଜି ତା ୧0/0୩ /୨୩ ରିଖ ବାରିପଦା ଠାରେ ଯୁବ ସଂଗଠକ କଂଗ୍ରେସ ନେତା ସୁକୁମାର ରଞ୍ଜନ ପ୍ରଧାନଙ୍କ ସହଯୋଗରେ ଏକ ପ୍ରସ୍ତୁତି ବୈଠକବରିଷ୍ଠ କଂଗ୍ରେସ ନେତା ଚନ୍ଦନ କିସ୍କୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ସର୍ବଶହମତିରେ ଆସନ୍ତା ତା ୧୩ ମାର୍ଚ୍ଚ ସୋମବାର ମୟୁରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ ରୁ ଅତ୍ୟନ୍ତ ୧0 ଜଣ ଲେଖାଏଁ କରି ପ୍ରାୟ ତିନିଶହ କଂଗ୍ରେସ କର୍ମୀ ଗଣ ଚାଲ ରାଜଭବନ କାର୍ଯ୍ୟକ୍ରମ ରେ ସାମିଲ ହେବାପାଇଁ ଭୁବନେଶ୍ୱର ଯିବାର ନିଷ୍ପତି ନିୟାଗଲା l ଏବଂ ଆଗକୁ ମୟୁରଭଞ୍ଜ ଜିଲ୍ଲାର ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନ କୁ ମଜବୁତ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିୟାଯିବାର ନିଷ୍ପତି ମଧ୍ୟ ନିଆଗଲା l ଏହି ବୈଠକ ରେ ବିଭିନ୍ନ ବ୍ଲକର ଅନ୍ୟମାନେ ହେଲେ ବାଦଲ ହେମ୍ବ୍ରମ ( ବାରିପଦା ), ଲଦୁରାମ ସୋରେନ ( କୁଳିଅଣା ), ଅନିତା ମୁର୍ମୁ (ବିଜାତଳା ), ଦିପୁକୁମାର ଟୁଡୁ ( ବିଜାତଳା ), ରବୀନ୍ଦ୍ର ନାଥ ଗିରି ( ବାଙ୍ଗରିପୋଷୀ ), ଚାନ୍ଦ୍ରାରାୟ ହାଁସଦା ( ବିଜାତଳା ବ୍ଲକ ) ଏବଂ ଲସ ହେମ୍ବ୍ରମ ( ବାରିପଦା )ପ୍ରମୁଖ ଉପସ୍ଥିତ ଥିଲେ l