ବାରିପଦା ଆଜି ତା ୦୮/୧୦/୨୦୨୪- ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ଦେଖା ଦେଇ ଥିବା ଅନିୟମିତତା,ମହାପ୍ରଭୁ ଙ୍କ ନୀତି ବିଳମ୍ବ ଏବଂ ସେବାୟତ ମାନଙ୍କ ଭତ୍ତା ପ୍ରଦାନ ରେ ବିଳମ୍ବ ବାବଦ ରେ ସବିଶେଷ ଆଲୋଚନା ପରିପ୍ରେକ୍ଷୀରେ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ଆହ୍ବାନ କ୍ରମେ ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ ଙ୍କ ସହ ଭଞ୍ଜସେନା ର ସଭାପତି ପିଣ୍ଟୁ ମାଇତି ଓ ନେତୃ ମଣ୍ଡଳୀ ଆଲୋଚନା ଚକ୍ର ରେ ସାମିଲ୍ ହୋଇ ଥିବା ସହ ସେବାୟତ ମାନେ ମଧ୍ୟ ଉପସ୍ଥିତ ଥିଲେ l
ଆଜି ସନ୍ଧ୍ୟା ସୁଦ୍ଧା ସେବାୟତ ମାନେ ଭତ୍ତା ପାଇବାର ନିର୍ଭର ପ୍ରତିଶୃତି ଉପଜିଲ୍ଲାପାଳ ଦେବା ସହ ବିଭିନ୍ନ ସମୟରେ ମହାପ୍ରଭୁ ଙ୍କ ନୀତି କ୍ରାନ୍ତି ରେ ବିଭ୍ରାଟ ଦେଖା ଯାଉ ଥିବାରୁ ଆସନ୍ତା ୧୮ ତାରିଖ ରେ ପୁନଶ୍ଚ ସମସ୍ୟା ର ସମାଧାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି l ଏ ବାବଦରେ ରେ ଭଞ୍ଜସେନା ଦୃଢ଼ ଓ ସ୍ଥିର ନିଷ୍ପତ୍ତି ନେଇଛି ଯେ ମହାପ୍ରଭୁ ଙ୍କ ନୀତି କ୍ରାନ୍ତି ପାଇଁ ଆବଶ୍ୟକ ପଡିଲେ ଜିଲ୍ଲା ର ସମାଜସେବୀ, ଭକ୍ତ ଓ ବଦାନ୍ୟ ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ କମିଟି ଗଠନ କରିବ ବୋଲି ସଭାପତି ପିଣ୍ଟୁ ମାଇତି ଆଭିମୁଖ୍ୟ ସ୍ପଷ୍ଟ କରି ଛନ୍ତି l ଆଜିର ଏହି ଆଲୋଚନା ରେ ସଙ୍ଗଠନ ଆବାହକ ରାକେଶ ବେହେରା, ସହର ସଭାପତି ରାକେଶ ମହାନ୍ତି, ଯୁବ ସଭାପତି ଏସ୍. କେ ରାଜା ଖାନ, ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ୍ ବେହେରା ପ୍ରେସ ଇସ୍ତାହାର ରେ ଜଣାଇ ଛନ୍ତି l

Leave a Reply

Your email address will not be published. Required fields are marked *