ବାରିପଦା – ତା :- ୨୨/୧୧/୨୦୨୩ ରିଖ ସ୍ଥାନୀୟ ଭଂଜପୁର ସ୍ଥିତ କୁମାର୍ସ କ୍ଲବ ପରିସରରେ ଜଗଦ୍ଧାତ୍ରୀ ପୂଜା ଓ ମେଳା ଅବସରରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ୩ୟ ରୁ ୫ମ ଶ୍ରେଣୀର ୨୫୦ ଜଣ , ୬ଷ୍ଠ ରୁ ୧୦ମ ଶ୍ରେଣୀର ୧୭୦ ଜଣ ଓ ମହାବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ I ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପ୍ରତିଯୋଗୀ ଅତି ଆଗ୍ରହର ସହ ଅଂଶ ଗ୍ରହଣ କରିଛନ୍ତି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I ଆଲୋକ ବାରିକ, ପ୍ରଭାଶିଷ ବାରିକ, ସନୁ ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ରବୀନ କୁମାର ମହାପାତ୍ର ଓ ମହେଶ୍ୱର ମାର୍ଣ୍ଡି ବିଚାରକ ଭାବେ ଯୋଗ ଦେଇଥିଲେ I ଆସନ୍ତା କାଲି ୨୩ ତାରିଖ ଦିନ ୪ର୍ଥ ରୁ ୭ମ ଏବଂ ୬ଷ୍ଠ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ତଥା ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନ୍ୟତମ ସାଂସ୍କୃତିକ ସମ୍ପାଦକ ପ୍ରୀତମ ପଣ୍ଡା ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *