ବାରିପଦା – ତା :- 10/03/2023 ରିଖ
ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ସ୍ଥିତ ରାଧାମାଧବ ମନ୍ଦିର ପରିସରରେ 27 ତମ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ଦିନ ମନ୍ଦିର ବିଗ୍ରହଙ୍କର ନଗର ଭ୍ରମଣ, ନାମାଧିବାସ , ଦ୍ଵିତୀୟ ଦିନ ଶ୍ରୀବିଗ୍ରହ ମାନଙ୍କର ମିଳନ ଓ ନାମ ଯଂଜ୍ଞ ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା I ଏହି ମିଳନ ଉତ୍ସବରେ ବାରିପଦା ମଣ୍ଡଳ କାରାଗାର ମନ୍ଦିର, ପୋଲିସଲାଇନ ମନ୍ଦିର, ଭୁଗୁଡ଼ାକଟାରୁ ଦୁଇ ବିଗ୍ରହ ଓ ଭଂଜପୁରରୁ ଏକ ବିଗ୍ରହ ସୁସଜ୍ଜିତ ବିମାନ ଶୋଭା ଯାତ୍ରାରେ ଆସି ମେଳଣ ମଣ୍ଡପରେ ଅଭିର ଲାଗି ହୋଇଥିଲେ I ତତସହିତ ଚାରୋଟି ଦଳକୁ ନେଇ ଅଷ୍ଟମ ପ୍ରହରୀ ଅନୁଷ୍ଠିତ ହୋଇଥିଲା I ଶହ ଶହ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା ଓ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା I ତୃତୀୟ ସନ୍ଧ୍ୟାରେ ଭଦ୍ରକରୁ ଆସିଥିବା ଅନୁସୟା ଦାସ ଓ ସୂର୍ଯ୍ୟ ନାରାୟଣ ଦାସ ଏବଂ ସାଥିଙ୍କ ଦ୍ୱାରା ଭାଗବତ ଆଲୋଚନା ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଆଜି ପୂର୍ଣ୍ଣାହୋତି ହୋମ ସହ ଜଳ ଉତ୍ସବ ହୋଇ ଶେଷ ହୋଇଛି ଏ ବର୍ଷର ଦୋଳ ମିଳନ ଉତ୍ସବ I ଏହି କାର୍ଯ୍ୟକ୍ରମ ମନ୍ଦିର କମିଟିର ଦେବଦତ୍ତ ଦାସ, ଆନନ୍ଦ ପୃଷ୍ଟି, ବିଜୟ କୁମାର ମହାନ୍ତି, ପ୍ରଶାନ୍ତ ଦେ ଓ ଜଗଦୀଶ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା I

Leave a Reply

Your email address will not be published. Required fields are marked *