ବାରିପଦା – ତା :- 05/03/2023 ରିଖ ବମ୍ବେ ଛକ ସ୍ଥିତ ଆଶୀର୍ବାଦ ବିବାହ ମଣ୍ଡପ ପରିସରରେ ସାରସକଣା ବ୍ଲକ ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ପ୍ରାୟ 300 ରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ I ସୁବୀର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମନ୍ତ କୁମାର ନାଏକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଶିବ ନାରାୟଣ ମହାନ୍ତ, ପ୍ରବୀଣ କୁମାର ମହାନ୍ତ, କନିଷ୍ଠ ଶିକ୍ଷକ ସଙ୍ଘର ସଭାପତି ରାକେଶ ପ୍ରଧାନ, ମୁଖପାତ୍ର ସୋମନାଥ ସିଂହ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ, ଆଞ୍ଚଳିକ ସମ୍ପାଦକ ଚନ୍ଦନ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ଆବାହକ ହରେକୃଷ୍ଣ ବାରିକ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକ ସମାଜ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବ୍ରତୀ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ I ତତସହିତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଜିଲ୍ଲା ସଙ୍ଘ ଆପ୍ରାଣ ଉଦ୍ୟମ କରିବ ବୋଲି ପ୍ରତିଶୃତି ଦେଇଥିଲେ I ଏହି ଅବସରରେ ଚାକିରୀରୁ ଅବସର ନେଇଥିବା ଆଦିକନ୍ଦ ପାତ୍ର, ସୁଚିତ୍ରା କୁମାରୀ ମିଶ୍ର, ସୁମତି ମହାନ୍ତ, ଲିଳିମା ମିଶ୍ର, ସରସ୍ବତୀ ବାରିକ ଓ ମୋତିଲାଲ ପ୍ରଧାନ ସମେତ ମୋଟ 6 ଜଣଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଯାମିନୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୋହନଲାଲ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ I