ହରେକୃଷ୍ଣ ତ୍ରିପାଠୀ ,କରଞ୍ଜିଆ-ତା -10-05-2023-ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ (ନିସୁ)ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ନଂ ୫୩ ରାଜ୍ୟ ରାଜପଥର ପଥୁରିଆ ସାହି ନିକଟରେ ବୁଧବାର ଅପରାହ୍ନ ପ୍ରାୟ ଦେଢଟା ସମୟରେ ଗୋଟିଏ ବୋଲେରୋ ଦୁର୍ଘଟଣାରେ ୧୧ଜଣ ଆହତ ୩ଜଣ ଗୁରୁତର। ଓଡ଼ି ୦୧ ସି ୮୬୯୫ ନମ୍ବର ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ବୋଲେରୋ ରେ ଯାଉଥିବା ସମସ୍ତଙ୍କୁ ଦୁର୍ଘଟଣାସ୍ଥଳରୁ ଏକ ବୋଲେରୋ ଓ ପିକଅପ ଯୋଗେ ସ୍ଥାନୀୟ ଜୟପାଲ ଲେୟାଙ୍ଗିଙ୍କ ସହଯୋଗରେ ଅନ୍ୟ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାଇ ଝିଅ ଘରକୁ ସଦ ଖୁଆଇବା ପାଇଁ କପ୍ତିପଦା ବ୍ଲକ ପୋଡାଡ଼ିହା ଅଞ୍ଚଳ ରୁ ଗୋଟିଏ ପରିବାରର ବନ୍ଧୁ ବାନ୍ଧବ ବୋଲେରୋ ଯୋଗେ ଆନନ୍ଦପୁର ଥାନା ଅଞ୍ଚଳ ବାଉଁଶଗଡ ଗ୍ରାମ କୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ପ୍ରକାଶ ଥାଉ କି ପଥୁରିଆ ସାହି ନିକଟରେ ଗୋଟେ ବାଇକକୁ ବଞ୍ଚାଇବାକୁ ଯାଇ ବ୍ରେକ ଦେବାରୁ ଟାୟାର ଫାଟିଯାଇ ଭାରସାମ୍ୟ ହରାଇ ଦୁଇଟି ଗଛକୁ ଧକ୍କା ଦେଇ ରାସ୍ତା କଡ଼କୁ ତିନି ଥର ଓଲଟି ପଡ଼ିଛି।ଗୁରୁତର ୧୪ ଜଣ ଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ବେଳେ ୧୦ ଜଣ ବୟସ୍କ ଥିବା ଜଣାଯାଇଛି। ସମସ୍ତ ଗୁରୁତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆନନ୍ଦପୁର ଉପଖଣ୍ଡ ଚକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିବା ଜଣାପଡ଼ିଛି। ଖବର ପାଇ ମହୁଲଡିହା ଥାନା ପୋଲିସ ଦୁର୍ଘଟଣା ସ୍ଥଳକୁ ଯାଇ ବୋଲେରୋ ଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *