ବାରିପଦା: ୨୬.୦୯.୨୦୨୪// ଆସନ୍ତା ୨୭ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଦିବସ ପାଳନ ଅବସରରେ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁବାର ଦିନ, ବାରିପଦା କଲେକଟରେଟ ସ୍ଥିତ ସମ୍ମିଳନୀ କକ୍ଷରେ, ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲି ସକାଳ ୯ଟା ସମୟରେ ସୀତାକୁଣ୍ଡ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସଫେଇ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ, ଆତିଥ୍ୟ ଏବଂ ପର୍ଯ୍ୟଟନ, ପର୍ଯ୍ୟଟନ ବିଭାଗ, ଓଡିଶା ସରକାର, ପ୍ରଫେସର ଡଃ ସପନ କୁମାର ସଦୁଆଳ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କରିଥିଲେ। ଚଳିତ ବର୍ଷର ବିଷୟ ବସ୍ତୁ “ପର୍ଯ୍ୟଟନ ଓ ଶାନ୍ତି” ସମ୍ବଳିତ ସାଧାରଣ ଜ୍ଞାନ ପ୍ରଶ୍ନ କନିଷ୍ଠ, ମାଧ୍ୟମିକ ଏବଂ ବରିଷ୍ଠ ବର୍ଗରେ ବିଭକ୍ତ କରାଯାଇ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କର ଯାଇଥିଲା। ଏହି କାର୍ଯ୍ୟକ୍ରମର ସଂଚାଳନ, ସ୍ୱାଗତ ଭାଷଣ ଏବଂ ପରିଚାଳନା ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ସତ୍ୟଭାମା ବେହେରା କରିଥିବା ବେଳେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିବାର ସୂଚନା ପ୍ରାପ୍ତ ।