ବାରିପଦା: ୨୬/୦୯/୨୦୨୪:: ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାନୀୟ ସରକାରୀ ଛୁଟି ଦିବସ ରୂପେ ଘୋଷଣା କରାଯାଇଛି। ଏହି ସ୍ଥାନୀୟ ଛୁଟି ଅନୁପାଳନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକଙ୍କ ନିର୍ଦ୍ଦେଶ ଦ୍ୱାରା ଘୋଷଣା କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁସାରେ ସୂଚନା ଥାଉକି, ଆସନ୍ତା ତା ୧.୧୧.୨୦୨୪ ରିଖରେ ମୟୂରଭଞ୍ଜ ଜିଲ୍ଲା ପାଇଁ ଦିଆ ଯାଇଥିବା ସ୍ଥାନୀୟ ଛୁଟି ବଦଳରେ ଏହି ନଭେମ୍ବର ୧୬ ତାରିଖ ଦିନ ପୁଣ୍ୟାତ୍ମା ତଥା ବରପୁତ୍ର ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ଏହି ଦିବସ ଟିକୁ ସ୍ଥାନୀୟ ସରକାରୀ ଛୁଟି ଦିବସ ରୂପେ ଘୋଷଣା କରାଯାଇଛି। ଏହି ଦିନରେ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।

Leave a Reply

Your email address will not be published. Required fields are marked *