ବାରିପଦା – ତା :- 17/04/2023 ରିଖ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର କର୍ମକର୍ତ୍ତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଯାଇଛି I ଗତ ଜାନୁୟାରୀ 2023 ମସିହାରୁ 200 ରୁ ଉର୍ଦ୍ଧ ଏମ ଏଲ ଇ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ସେମାନଙ୍କୁ ରେଗୁଲାର କରିବାର ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ଜିଲ୍ଲା ସଂଘର କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଥିଲେ I ଯେଉଁ ଜୁନିଅର ଶିକ୍ଷକମାନେ ଓ ଟି ଇ ଟି ପାସ କରିଛନ୍ତି ସେମାନଙ୍କୁ ତୁରନ୍ତ ରେଗୁଲାର କରିବାର ପ୍ରକ୍ରିୟା ଆରମ୍ଭ କରିବା ସହ ଗଣ ଶିକ୍ଷକ ମାନଙ୍କୁ ମଧ୍ୟ ତୁରନ୍ତ ଇନ୍କ୍ରିମେଣ୍ଟ ଦେବାକୁ ଦାବି କରାଯାଇଛି I ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମପ୍ରବହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ସମୟ ସକାଳ ସାଢେ ଛ ରୁ ଦଶ ପର୍ଯ୍ୟନ୍ତ କରିବାପାଇଁ ଆଲୋଚନା କରାଗଲା I ସେହିପରି ଜିଲ୍ଲାରେ ଚାଲିଥିବା ଶିକ୍ଷକ ମାନଙ୍କର ପ୍ରାରମ୍ଭ ପ୍ରଶିକ୍ଷଣ ସକାଳ ସାଢେ ଛ ରୁ ସାଢେ ଏଗାର ପର୍ଯ୍ୟନ୍ତ କରିବାକୁ ଅନୁରୋଧ କରାଗଲା I ଆସନ୍ତା ମେ 31 ତାରିଖ ସୁଦ୍ଧା ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ପଦୋନ୍ନତି କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା I ବିଭାଗୀୟ ଅବହେଳାପାଇଁ 2014 ମସିହା କେଡର ରୁଲ ଅନୁସାରେ ପଦୋନ୍ନତିରୁ ବଂଚିତ ହୋଇ ରହିଯାଇଥିବା ଚତୁର୍ଥ ବର୍ଗର 73 ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ଦେବା ପାଇଁ ଦାବି କରାଯାଇଛି I ସମସ୍ତ ଦାବିକୁ ତୁରନ୍ତ ସମାଧାନ କରାବା ପାଇଁ ପଦକ୍ଷେପ ନେବେ ବୋଲି ଶ୍ରୀ ବାରିକ ପ୍ରତିଶୃତି ଦେଇଥିଲେ I ଆଲୋଚନାରେ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ବିମଳ କୁମାର ଆଚାର୍ଯ୍ୟ, ସିଦ୍ଧେଶ୍ୱର ମିଶ୍ର, ଶିବନାରାୟଣ ମହାନ୍ତ, ସପନ ବେହେରା, ରାକେଶ ପ୍ରଧାନ, ପ୍ରଶାନ୍ତ ଭୁଜବଳ, ବିନ୍ଦୁଶ୍ରୀ ଦାଶ, ଚିରଞ୍ଜୀବ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ମିଡ଼ିଆ ସଂଯୋଜକ ଗଦାଧର ନାୟକ ପ୍ରକାଶ କରିଛନ୍ତି I