ବାରିପଦା :- ତା – 27/03/2023 ରିଖ ସ୍ଥାନୀୟ ଶରତ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଦର୍ଶନୀରେ ବାରିପଦା ବ୍ଲକର ସମସ୍ତ 13 କ୍ଲଷ୍ଟରର 93 ଟି ପ୍ରାଥମିକ ସ୍ତରୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରିଥିଲେ I ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ପ୍ରଶାନ୍ତ କୁମାର ମହାନ୍ତି, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ପଟ୍ଟନାୟକ, ପେଡାଗଜି ସଂଯୋଜକ ଶୈଳବାଳା ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଓ ସାରଳା ଶତପଥୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ପ୍ରମୁଖ ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀ ସବୁ ବୁଲି ଦେଖି ବେଶ ପ୍ରଶଂସା କରିଥିଲେ I ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନିରଞ୍ଜନ ସାହୁ ବିଚାରକ ଭାବେ ବାଛିଥିବା ଶ୍ରେଷ୍ଠ 6 ଟି କ୍ଲଷ୍ଟରକୁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପଟ୍ଟନାୟକ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ I ମୌଳିକ ଗଣିତ ଜ୍ଞାନ ଶିକ୍ଷଣ ସାମଗ୍ରୀ ରେ ପ୍ରଥମ ଗୁଞ୍ଜୁସାହି କ୍ଲଷ୍ଟର, ଦ୍ଵିତୀୟ ଏମ କେ ସି କ୍ଲଷ୍ଟର ଓ ତୃତୀୟ ରାଜାବସା କ୍ଲଷ୍ଟର ଏବଂ ମୌଳିକ ଭାଷା ଜ୍ଞାନ ଶିକ୍ଷଣ ସାମଗ୍ରୀରେ ପ୍ରଥମ ପୂର୍ଣ୍ଣଚନ୍ଦ୍ରପୁର କ୍ଲଷ୍ଟର, ଦ୍ଵିତୀୟ ତୁଳସୀଚୌରା କ୍ଲଷ୍ଟର ଓ ତୃତୀୟ ଠାକୁରାଣୀସାହି କ୍ଲଷ୍ଟର ବିବେଚିତ ହୋଇଥିଲେ I

Leave a Reply

Your email address will not be published. Required fields are marked *