ବାରିପଦା -ତା ୧୮/୧୦ ;
ସମଗ୍ର ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟ ଓ ବାରିପଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଭିନ୍ନ ବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ବାରିପଦା ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ଡ଼. ଅଭିମନ୍ୟୁ ସେଠୀ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିବା ବେଳେ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ଶିକ୍ଷାତତ୍ତ୍ୱ ସଂଯୋଜିକା ଶୈଳବାଳା ବେହେରା ପ୍ରମୁଖ ଯୋଗ ଦେଇଥିଲେ | ଖାନ ଏକାଡେମୀ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଅନଲାଇନ ମାଧ୍ୟମରେ କିଭଳି ଭାବେ ଗଣିତ ଓ ବିଜ୍ଞାନ ବିଷୟରେ ଦକ୍ଷତା ବୃଦ୍ଧି କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା | ଶିବିରରେ ବାରିପଦା ବ୍ଲକର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଗଣିତ ଏବଂ ବିଜ୍ଞାନ ଶିକ୍ଷକଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ | କାର୍ଯକ୍ରମରେ ଗଣିତ ଓ ବିଜ୍ଞାନ ପ୍ରଶିକ୍ଷକ ଭାବରେ ଅନିଲ କୁମାର ମହାପାତ୍ର ଓ ଚନ୍ଦନ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *