[15:13, 1/27/2023] Ashis Kumar: ବାରିପଦା ଠାରେ ତା 26-01-2023 ରିଖ ଜିଲ୍ଲା ସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି. ଏହି ଅବସରରେ ସକାଳ ଘ.08-30ମି. ସମୟ ରେ ସ୍ଥାନୀୟ ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ଓଡିଶା ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜିର ସାଧାରଣତନ୍ତ୍ର ଦିବସ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ. ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ଆମ ଦେଶ ର ପୂର୍ବ ସୁରୀ ତଥା ମହାମନୀଷୀ ମାନଙ୍କ ଆତ୍ମବଳିଦାନ, ନିଃସ୍ୱାର୍ଥପର ସେବା ତଥା ଉତ୍ସର୍ଗୀକୃତ ମନଭାବ ର ସ୍ମୃତି ଚାରଣ କରି ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇବା ସହ ସେମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲlରେ ସରକାର ଙ୍କ ବିଭିନ୍ନ ବିଭାଗୀୟ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ କିପରି ଜିଲ୍ଲାବାସି ଙ୍କ ସହଯୋଗ ରେ ପ୍ରଶାସନ ଦ୍ୱାରା ତରାନ୍ବିତ ହେଉଛି ସେ ସମ୍ପର୍କ ରେ ଆଲୋକ ପାତ କରିଥିଲେ ଏବଂ ଆଗାମୀ ସମୟରେ ମୟୁରଭଞ୍ଜ ଭଳି ଏକ ବୃହତ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କଳା ସଂସ୍କୃତି,ଗମନା ଗମନ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ର ରେ ବିକାଶ ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି.ଏହି ଅବସରରେ ଆନ୍ତର୍ଜାତୀୟ ସାଇକ୍ଲୀଷ୍ଟ ରାମକ୍ରୀଷ୍ଣ ଦାଶ ଓ ସ୍ୱତନ୍ତ୍ର ବିଦ୍ୟାଳୟ ରଏକ ଦୃଷ୍ଟି ବାଧିତ ଛାତ୍ରୀ ଜାତୀୟ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରି ବିଜୟ ହାସଲ କରିଥିବାରୁ ସୁନିତା ମୁର୍ମୁ ଏପରି ଦୁଇ ଜଣ ଭେଟେରାନ କ୍ରୀଡ଼ାବିତ ଓ 5 ଜଣ ପୋଲିସ କର୍ମଚାରୀଙ୍କୁ ତାଙ୍କ ର ଉଲ୍ଲେଖନୀୟ ତଥା ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ ପାଇଁ ସମ୍ବର୍ଦ୍ଧନା କରିବା ସହ ଅନୁଷ୍ଠିତ ପ୍ୟାରେଡ ରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା କୃତୀ ଏନସିସି, ସ୍କାଉଟ ଗାଇଡ଼, ରେଡ କ୍ରସ, ସିଭିଲିଆନ ପ୍ୟାରେଡ ଦଳକୁ ତଥା ସାଂସ୍କୃତିକ ଦଳ କୁ ସିଲଡ଼ /ଟ୍ରଫି ଦେଇ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ. ଏହି ଅବସରରେ ପ୍ୟାରେଡ ଟ୍ରୁପ ସହିତ ବିଭିନ୍ନ ବିଭାଗ ତରଫରୁ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରି କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଷିତ ପ୍ରଦର୍ଶିତ ହୋଇଥିବା ପ୍ରଜ୍ଞାପନ ମେଢ଼ ଗୁଡିକ ମଧ୍ୟ୍ୟରୁ ସମଗ୍ର ଶିକ୍ଷା ସମ୍ପର୍କିତ ପ୍ରଦର୍ଶନ କରାଯାଇଥିବା ପ୍ରଜ୍ଞାପନ ମେଢ଼ କୁ ଶ୍ରେଷ୍ଠ ପ୍ରଜ୍ଞାପନ ଭାବେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ.ପରେ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀ, ଲଷ୍ମୀପୋଷି ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ସହର ର 17 ନମ୍ବର ୱାର୍ଡ ର ଗୋପବନ୍ଧୁ ବାଳାଶ୍ରମ ର ଅନ୍ତେବାସୀ ମାନଙ୍କୁ ଫଳ ବିସ୍କୁଟ ବଣ୍ଟନ କରିଥିଲେ.ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟlନ ବଣ୍ଟନ କରାଯାଇଥିଲା.ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧୁନ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା. ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଦିବା 2 ଘଟିକା ରେ ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହ ରେ ବହୁଭାଷୀ କବି ସମ୍ମିଳନୀ ଆୟୋଜନ କରାଯାଇଥିଲା. ଏବଂ ସନ୍ଧ୍ୟା ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ତରଫରୁ ଜିଲ୍ଲlପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ପୁରସ୍କାର ବିତରଣୀ ଉତ୍ସବ ଆୟୋଜନ କରାଯାଇ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା.ଉକ୍ତ ପୁରସ୍କାର ବିତରଣୀ ଉତ୍ସବ ରେ ଅବସର ପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡା ଓ ଯୋଗ ଶିକ୍ଷକ ଜ୍ୟୋତି ରଞ୍ଜନ ଦାସ ସହାୟତା କରିଥିଲେ.
[15:13, 1/27/2023] Ashis Kumar: ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବ ରେ ଜିଲ୍ଲପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲପାଳ ରୁଦ୍ର ନାରାୟଣ ମହାନ୍ତି ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ. ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୋଜନା କରିଥିଲେ