ବାରିପଦା: ତା   ୦୫.୦୧.୨୦୨୬

ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ  ହେମକାନ୍ତ ସୟ ଙ୍କ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମାସକୀୟ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଯାଇଛି .
ଉକ୍ତ
ଜନଶୁଣାଣୀ ଶିବିରରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ  ବରୁଣ ଗୁଣ୍ଟୁପାଲ୍ଲୀ,   ଅତିରିକ୍ତ ଜିଲ୍ଲାପାଳ  ନେତ୍ରା ନନ୍ଦ ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ  ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ  ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ବାରିପଦା  ପ୍ରମୁଖ ଯୋଗ ଦେଇଥିଲେ।

ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡ ର  ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ।

ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୨୪୨ଟି ଅଭିଯୋଗ ପତ୍ର ଶୁଣାଣି ପାଇଁ ଗ୍ରହଣ ହୋଇଥିଲା ।

ଉକ୍ତ ୨୪୨ଗୋଟି ଅଭିଯୋଗ ମଧ୍ୟରୁ ୨୧୭ଟି ବ୍ୟକ୍ତିଗତ ସମସ୍ୟା ସମ୍ଭନ୍ଧିତ ଥିବାବେଳେ ୨୫ଗୋଟି ସାମୁହିକ ସମସ୍ୟା ସମ୍ବଳିତ  ବିଷୟ ଉପରେ  ଆଧାରିତ ଥିଲା। ଗୋଟିଏ ଆପତ୍ତିର ତତ୍କାଳ ସମାଧାନ ହୋଇଥିଲା।

ଆଜିର ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ  ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।

ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ  ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *