ବାରିପଦା ତା ୧୫/୧୦
ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା)ର ରାଜ୍ୟ ସମ୍ମିଳନୀ ବାରିପଦା ହୋଲି ପ୍ୟାଲେସ ଠାରେ ଅଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମରେ ମାରିସାର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ଶ୍ୟାମ ସୁନ୍ଦର ହାଁସଦାଃ, ସୁନ୍ଦର ମୋହନ କିସ୍କୁ, ରାମଜିତ ହେମ୍ବ୍ରମ, ରାଜୁ କିସ୍କୁ , ଅଜୟ ମାର୍ଣ୍ଡି, ବାପୁନ ଟୁଡୁ, ବାଇଧର ସିଂ ପ୍ରମୁଖ ଉପସ୍ଥିତ ଥିବା ବେଳେ, ବିଭିନ୍ନ ଜିଲ୍ଲାରୁ ରାଜ୍ୟ ପରିଷଦରେ ଥିବା ସଦସ୍ୟ, ଙ୍କ ସହିତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ. ବୈଠକରେ ଓଡିଶାରେ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରିବା, ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱର ଚଲୋ ଆନ୍ଦୋଳନକୁ ସଫଳ କରିବା, ଆସନ୍ତା ଏକ ମାସ ଭିତରେ ବିଭିନ୍ନ କଲେଜ ୟୁନିଟ ଓ ଜିଲ୍ଲା ୟୁନିଟର ସମ୍ମିଳନୀ ସମାପ୍ତ କରିବା ସହିତ ରାଜ୍ୟବ୍ୟାପୀ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି. ଏହାସହିତ ରାଜ୍ୟର ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବୀ ପୂରଣ, ରାଜ୍ୟ ବଜେଟରେ ୪୦% ଶିକ୍ଷା ପାଇଁ ଖର୍ଚ୍ଚ, ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, ଛାତ୍ର ସଂସଦ ନିର୍ବାଚନ ଆଦିକୁ ନେଇ ଏହି ଦସ୍ତଖତ ଅଭିଯାନ ଆରମ୍ଭ କରିବା ପାଇଁ ଆଲୋଚନା ହୋଇଥିଲା.

Leave a Reply

Your email address will not be published. Required fields are marked *