ବାରିପଦା ଷ୍ଟାଡିୟମରେ ଭଲିବଳର ଜନ୍ମଦିନ ପାଳିତ
ବାରିପଦା – ତା :- 10/02/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପରିସରରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଭଲିବଲର ଜନ୍ମଦିନ ପାଳିତ ହୋଇଯାଇଛି I ଏହି ଅବସରରେ ଏକ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା I ଏହି ମ୍ୟାଚରେ ମୟୁରଭଞ୍ଜ ଗ୍ରାମାଞ୍ଚଳ ଦଳ ମା କିଚକେଶ୍ବରୀ ଦଳକୁ ପରାସ୍ତ କରିଥିଲା I ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଭଲିବଲ ସହ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ, ସହ ସମ୍ପାଦକ ବୈଦ୍ୟନାଥ ରଥ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ, ଭାନୁ ପ୍ରତାପ ଭଞ୍ଜଦେଓ, ମଣ୍ଟୁ ଦା, ଚନ୍ଦ୍ରମୋହନ ଦଳେଇ, ଦୀପକ ବେହେରା, ପ୍ରଭାସ କୁମାର ସାହୁ, ବରିଷ୍ଠ କ୍ରୀଡ଼ାବିତ ନନ୍ଦଲାଲ ମହାପାତ୍ର, ଦଲନ ଚନ୍ଦ୍ର କୁଅଁରବାବୁ, ରାଜୀବ କୁମାର ଭୂୟାଁ, କ୍ରୀଡା ଶିକ୍ଷକ ଅରୁଣ କୁମାର, ଅନିଲ ଗିରି, ଆଶିଷ ସେଠି ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଜାତୀୟ ଖେଳାଳି ସୁନୀଲ କୁମାର ଧଳ, ମାନସ ରଞ୍ଜନ ଦଳେଇ, ରୋହିତ ମହାନ୍ତି ଓ ବିନୋଦ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା I ଶେଷରେ ରାଜ୍ୟ ଭଲିବଲ ଆସୋସିଏସନର ଉପ ସଭାପତି ତଥା ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭଲିବଲ ଉନ୍ନତି ପାଇଁ ବାରିପଦାରେ ଏକ ଭଲିବଲ କୋଚିଂ ସେଣ୍ଟରର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ I