ବାରିପଦା -ତା ୧୩.୧୨.୨୦୨୫ ରିଖ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୨,୩୦୫ ଟି ମାମଲା ମଧ୍ୟରୁ ୪୦୫୩ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୩,୭୦,୯୫,୯୨୩ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୭୭୮୪ ଗୋଟି ମାମଲା ମଧ୍ୟରୁ ୯୭୬ ଟି ମାମଲା ଅପୋଷ ବିଚାର ହୋଇ ୧ କୋଟି ୧୫ ଲକ୍ଷ ୪୫ ହଜାର ୯୭୨ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡ଼ିଛି ।
ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀଭୁକ୍ତ ୪୫୨୧ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୬୪ ଟି ମଧ୍ୟରୁ ୬ ଟି, ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୧୮ ଟି ମାମଲା ମଧ୍ୟରୁ ୩୯ ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୧୧୬ ଟି ରୁ ୭ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୧୪୭ ଟି ରୁ ୧୬ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୮୮ ଟି ମାମଲା ମଧ୍ୟରୁ ୫୮ ଟି, ରାଜସ୍ୱ ମାମଲା ୨୭୩୯ ଟି ମଧ୍ୟରୁ ୧୮୫୪ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୧୬୩ ଟି ମଧ୍ୟରୁ ୭୦ ଟି, ଖାଉଟି ମାମଲା ସମ୍ବନ୍ଧୀୟ ୮ ଟି ମଧ୍ୟରୁ ୧ ଟି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୧୦୭୮ ଟି ମଧ୍ୟରୁ ୧୦୨୬ ଟି ମିଶାଇ ମୋଟ ୩୦୭୭ ଟି ମାମଲାର ଫଇସଲା କରାଯାଇ ମୋଟ ୨ କୋଟି ୫୫ ଲକ୍ଷ ୪୯ ହଜାର ୯୫୧ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ପ୍ରଜ୍ୟୋତି ରାଉତ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସୁମନ କୁମାର ମିଶ୍ର, ସିନିୟର ସିଭିଜ ଜଜ (ଏଲ୍.ଆର ଓ ଏଲ୍.ଟି.ଭି ) ସୁଦାମ ଚରଣ ଦାଶ, ସିନିୟର ସିଭିଲ୍ ଜଜ ସତରୂପା ଶତପଥୀ , ଅତିରିକ୍ତ ସିନିୟର ସିଭିଲ ଜଜ ସୂର୍ଯ୍ୟ ଦାସ, ଦ୍ଵିତୀୟ ଅତିରିକ୍ତ ସିନିୟର ସିଜିଲ ଜଜ ଡା. ନିଶାକର ସାହୁ, ଏସ.ଡି.ଜେ.ଏମ. ଜୁୱେଲ ପଟ୍ଟନାୟକ, ଜେ.ଏମ.ଏଫ.ସି-1 (Cog. Taking) ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ.ଏଫ.ସି ମଧୁଶ୍ରବା ମହାନ୍ତି, ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ସତ୍ୟ ନାରାୟଣ ବେହେରା, କମଲ କୁମାର କୁଆଁରବାବୁ, ଧିରେନ୍ଦ୍ର କୁମାର ମହାପାତ୍ର, , ସୁଶାନ୍ତ କୁମାର ବାରିକ ତଥା ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ରାଜସ୍ବ ବିଭାଗ, ବିଭିନ୍ନ ରାଷ୍ଟ୍ରାୟତ୍ତ/ ଘରୋଇ ବ୍ୟାଙ୍କ ଅଧିକାରୀ, ଟେଲିଫୋନ ବିଭାଗ, ବିଦ୍ୟୁତ ବିଭାଗ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
