କରଞ୍ଜିଆ ତା -17-11-2023-ସାନ୍ଧ୍ୟ ଭ୍ରମଣ ସାରି ୨ ଜଣ ଅଧ୍ୟାପକ ଫେରୁଥିବା ବେଳେ ପଛପଟୁ ଏକ ବାଇକ ଧକ୍କା ଦେବାରୁ ଦୁର୍ଘଟଣା ରେ ଜଣେ ଅଧ୍ୟାପକ ଜୟନ୍ତ ପାତ୍ର ଓ ବାଇକ ଚାଳକ ରଥେନ୍ଦ୍ର ପାତ୍ର ଗୁରୁତର ହୋଇଛନ୍ତି।ଗୁରୁତର ୨ ଜଣକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ଓ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ମା ବସୁଳି ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଜୟନ୍ତ ପାତ୍ର ଓ ସଂସ୍କୃତ ଅଧ୍ୟାପକ ଡ.ମାନସ ଜେନା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା ରେ ସାନ୍ଧ୍ୟ ଭ୍ରମଣ ରେ ଯାଇ ଠାକୁରମୁଣ୍ଡା ଆଡ଼କୁ ଦୁଇ ଜଣ ଚାଲି ଚାଲି ଫେରୁଥିଲେ। ଠାକୁରମୁଣ୍ଡା ଠାରୁ ଅଧ କିମି ଦୂର ଜେନା ସାହି ଛକ ନିକଟରେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଠାକୁରମୁଣ୍ଡା ବଜାର ଆଡକୁ ଗୋଟିଏ ବାଇକ ODO4A 5023 ନମ୍ବର ରେ ବସି ଆସୁଥିବା କଲେଇଯାଉ ଗ୍ରାମର ରଥେନ୍ଦ୍ର ପାତ୍ର ଓ ପାଟଣା ବ୍ଲକ ବନବୀର ଗ୍ରାମର ପବନା ତନ୍ତି ଙ୍କ ବାଇକ ଚାଲି ଚାଲି ଆସୁଥିବା ଅଧ୍ୟାପକ ୨ ଜଣକୁ ପଛ ପଟୁ ଧକ୍କା ଦେଇଥିଲା।ଘଟଣାସ୍ଥଳ ରୁ ସମସ୍ତଙ୍କୁ ଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା।ଅଧ୍ୟାପକ ମାନସ ଜେନା ଓ ବାଇକ ରେ ଥିବା ପବନା ତନ୍ତି ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି।