ବାରିପଦା – ତା :- 29/04/2023 ରିଖ ମୟୁରଭଞ୍ଜ ଜିଲ୍ଲାର କୃତୀ ଶିକ୍ଷକ ରଣଜିତ ମହାନ୍ତ ଗତ କାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I ତାଙ୍କ ମୃତ୍ୟୁ ଖବର ଜିଲ୍ଲାର ଶିକ୍ଷକ ଜଗତରେ ଶୋକର ଛାୟା ଖେଳି ଯାଇଛି I ତାଙ୍କର ଛାତ୍ର ଡ଼ ଖୁଣ୍ଟିଆ ମୁର୍ମୁ ଓ ତାଙ୍କ ଭାଇ ବାରିଆଲ ମୁର୍ମୁ ଅନ୍ତିମ ଯାତ୍ରାରେ ଯୋଗ ଦେବା ସହ ତାଙ୍କ ସଫଳତା ପଛରେ ରଣଜିତ ସାରଙ୍କ ମୁଖ୍ୟ ଭୂମିକା ଥିଲା ବୋଲି ପ୍ରକାଶ କରିଛନ୍ତି I ଏହି ପରି ଅନେକ କାହାଣୀ ଅଛି I ସେ ଜଣେ ମିଷ୍ଟଭାଷୀ, ଛାତ୍ରବତ୍ସଲ, ପରୋପକାରୀ ତଥା ଉଚ୍ଚ ଚିନ୍ତାଧାରାର ବ୍ୟକିତ୍ୱ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟ ତଥା ଜିଲ୍ଲା ଶିକ୍ଷକ ସଂଗଠନର ନେତୃବୃନ୍ଦ ତଥା ଶିକ୍ଷକ ଶିକ୍ଷୟତ୍ରୀ ଶୋକ ପ୍ରକାଶ କରିଛନ୍ତି I ଜିଲ୍ଲା ଶିକ୍ଷକ ସଂଗଠନର ବିମଳ କୁମାର ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ସୋମନାଥ ସିଂହ, ଗଦାଧର ନାୟକ ଓ ସାଥି ରାମଚନ୍ଦ୍ର ବେହେରା ପ୍ରମୁଖ ଶୋକ ପ୍ରକାଶ କରିବା ସହ ଜିଲ୍ଲା ଜଣେ ପ୍ରବୀଣ ଶିକ୍ଷକଙ୍କୁ ହରାଇଲା ବୋଲି ମତ ବ୍ୟକ୍ତ କରିଛନ୍ତି I ଶେଷ ସମୟରେ ତାଙ୍କ ପତ୍ନୀ, ଦୁଇ ପୁତ୍ର, ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ I ଖ୍ରୀଷ୍ଟିଆନ ଧର୍ମାଲମ୍ବୀ ହେଇଥିବାରୁ ଲଙ୍ଗଲକଟା ଚର୍ଚ୍ଚରେ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା ପରେ ପାରମ୍ପରିକ ରୀତିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା I

Leave a Reply

Your email address will not be published. Required fields are marked *