ବାରିପଦା – ତା :- 02/05/2023 ରିଖ ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ପ୍ରଥମ ବାର୍ଷିକ ଜୁନିଅର ପ୍ରିମିୟାର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I 14 ବର୍ଷରୁ କମ ଯୁବ ଖେଳାଳି ମାନଙ୍କୁ ନେଇ ବିନଦାସ ବୋଏଜ ଦ୍ୱାରା ଆୟୋଜିତ ରାତିରେ ଫ୍ଲଡ ଲାଇଟରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ 3 ଟି ଦଳ ଅଂଶ ଗ୍ରହଣ କରିଥିଲେ I ପ୍ରତ୍ୟେକଙ୍କ ମଧ୍ୟରେ ଖେଳାଯାଇଥିବା ଲିଗ ମ୍ୟାଚରେ ଅଧିକ ପଏଣ୍ଟ ହାସଲ କରିଥିବା ଭଂଜପୁର ଲା୍ୟନ୍ସ ଓ ଭଂଜପୁର ଟାଇଗର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା I ଭଂଜପୁର ଲା୍ୟନ୍ସ ଭଂଜପୁର ଟାଇଗର୍ସକୁ 9 ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି I ସଂଜୀବ ମହାପାତ୍ର ଓ ଶ୍ୱେତ ଦାସ ଖେଳ ପରିଚାଳନା କରିଥିଲେ I ବି କେ ସୌରଭ, ରାହୁଲ ଦାସ ଓ ବିଶ୍ୱରଂଜନ ଦାସ 3 ଟି ଦଳକୁ ପରିଚାଳନା କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ ପୁରସ୍କାର ବିତରଣ କରିବା ସହ ଆଗାମୀ ଦିନରେ ଏହି ଟୁର୍ଣ୍ଣାମେଣ୍ଟକୁ ବଡ ଧରଣର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ସନ୍ତୋଷ ପଟ୍ଟନାୟକ, ବରିଷ୍ଠ କ୍ରିକେଟ ଖେକାଳୀ ସୋମନାଥ ସିଂହ, କିଶୋର ପଲେଇ, ପ୍ରିତମ ପଣ୍ଡା, ସାମନ୍ତ ଶେଖର ପାଲ ତଥା ସପନ ପଣ୍ଡା, ଧୀରେନ୍ଦ୍ର ନାୟକ, ବିଶ୍ୱମ୍ବର ସିଂହ, ବିଶ୍ୱରଂଜନ ଦାସ, ଅଜିତ ଦାସ, ଦୁର୍ଜତି ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ରାଜୀବ ପ୍ରଧାନ ଓ ସୁବ୍ରତ ନାୟକ ଧାରବିବରଣୀ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *